ରାଜ୍ୟ

ବୃଦ୍ଧଙ୍କୁ ପାଦରେ ଚାପିଦେଲା ହାତୀ

ଆନନ୍ଦପୁର : କେନ୍ଦୁଝର ଜିଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ହସନପୁର ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗ୍ରାମର ବଟକୃଷ୍ଣ ପ୍ରଧାନ(୬୫) ସକାଳୁ ଶୌଚ ହେବାକୁ ଗାଁ ନିକଟ ପଳାସ ବଣକୁ ଆସିଥିବା ସମୟରେ ଦୁଇଟି ହାତୀ ତାଙ୍କ ସାମ୍ନାକୁ ଆସିଥିଲେ। ନିମିଷକ ମଧ୍ୟରେ ଗୋଟିଏ ହାତୀ ବୃଦ୍ଧଙ୍କୁ ପାଦରେ ଚାପି ଦେଇଥିଲା। ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବନ ବିଭାଗ କର୍ମଚାରୀଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଲକ୍ଷ୍ୟ କରିବା ସହିତ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଛନ୍ତି। ହାତୀ ଦୁଇଟି ବେଲବାହାଳିର କାଜୁ ବଗିଚାରେ ଲୁଚି ଥିବା ଜଣାପଡ଼ିବା ପରେ ପୋଲିସ ଓ ବନିବିଭାଗ କାଜୁ ବଗିଚା ଉପରେ ନଜର ରଖିଛନ୍ତି। ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ଚେକ୍‌ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ଯାଜପୁର ଜିଲା ଟମକା ସଂରକ୍ଷିତ ଜଙ୍ଗଲରୁ ହାତୀ ଗୋଠ ଛଡ଼ା ହୋଇ ପଳାଇ ଆସିଥିବା ଡିଏଫ୍‌ଓ ଅଭୟ କୁମାର ଦଳେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *