ରାଜନୀତି

ଟିଭିରେ ହେଉଛି ମୋଦିଙ୍କ ପ୍ରଚାର: ରାହୁଲ

ଶିଲଂ, : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ଶିଲଂରେ ଭାଜପା ଏବଂ ଟିଏମସିକୁ ଟାର୍ଗେଟ କରିଛନ୍ତି। ସେ କହଛନ୍ତି ଆପଣ ଟିଏମସିର ଇତିହାସ ଜାଣିଛନ୍ତି, ଆପଣ ପଶ୍ଚିମବଙ୍ଗର ହିଂସା ମଧ୍ୟ ଜାଣିଛନ୍ତି। ଆପଣ ତାଙ୍କ ପରମ୍ପରା ବିଷୟରେ ଅବଗତ ଅଛନ୍ତି, ସେମାନେ ଗୋଆ ଯାଇ ବିପୁଳ ପରିମାଣର ଖର୍ଚ୍ଚ କରିଥିଲେ କାରଣ ତାଙ୍କର ଉଦ୍ଦେଶ୍ୟ ଥିଲା ଭାଜପାକୁ ସାହାଯ୍ୟ କରିବା। ମେଘାଳୟରେ ମଧ୍ୟ ଟିଏମସିର ଲକ୍ଷ୍ୟ ହେଉଛି ଭାଜପାକୁ କ୍ଷମତାକୁ ଆଣିବା।

ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ୟବସାୟୀ ଗୌ ତମ ଆଦାନୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିିଛନ୍ତି। ମୁଁ ଆଦାନୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲି। ମୁଁ ସଂସଦରେ ଏକ ଫଟୋ ମଧ୍ୟ ଦେଖାଇଥିଲି ଯେଉଁଥିରେ ଆଦାନୀ ଏବଂ ପିଏମ ମୋଦି ବିମାନରେ ବସିଛନ୍ତି। ମୋଦି ନିଜ ଘର ଭଳି ଆରାମ କରୁଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି।

ମୋଦି ମୋତେ ଏକ ପ୍ରଶ୍ନ ପଚାରିଥିଲେ ଯେ ମୋର ନାମ ଗାନ୍ଧୀ, ନେହେରୁ କାହିଁକି ନୁହେଁ? ମୁଁ ସଂସଦରେ ଏକ ଉତ୍ତର ଦେଇଥିଲି ।
ଆପଣ ଦେଖିଥିବେ ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣ ଦିଅନ୍ତି, ସେତେବେଳେ ଏହା ସମସ୍ତ ଟିଭିରେ ପ୍ରଚାର ଭଳି ପ୍ରସାର କରାଯାଇଥାଏ। କିନ୍ତୁ ମୋର ଭାଷଣ କେଉଁଠାରେ ଆପଣ ଦେଖି ପାରିବେ ନାହିଁ।

ମୋର ଭାଷଣ ଗଣମାଧ୍ୟମରେ ଦୃଶ୍ୟମାନ ହେଉନାହିଁ ,କାରଣ ଗଣମାଧ୍ୟମ ଦୁଇରୁ ତିନି ବଡ ଶିଳ୍ପପତିଙ୍କ ଦ୍ୱାରା ନିୟନ୍ତ୍ରିତ ହେଇଛି। ସେମାନଙ୍କର ପିଏମ ମୋଦିଙ୍କ ସହ ଲିଙ୍କ ଅଛି। ବର୍ତ୍ତମାନ ଆମେ ଗଣମାଧ୍ୟମରେ ମଧ୍ୟ ଆମର ମତ ରଖିପାରିବା ନାହିଁ ।

Leave a Reply

Your email address will not be published. Required fields are marked *