ରାଜ୍ୟ

ସ୍ଵାଧିନତା ସଂଗ୍ରାମୀ ଜଗନ୍ନାଥ କର ଥିଲେ ଜଣେ ଉଚ୍ଚକୋଟୀର ମାନବବାଦୀ ମଣିଷ


ଭୁବନେଶ୍ଵର (ଜେ.କେ ରାଉତରାୟ ) :- ବିଶିଷ୍ଟ ସମାଜସେବୀ, ସ୍ଵାଧିନତା ସଂଗ୍ରାମୀ, ପୂର୍ବତନ ସରପଞ୍ଚ ଲୋକବନ୍ଧୁ ଜଗନ୍ନାଥ କର ଙ୍କ ୨୬ତମ ଶ୍ରାଦ୍ଧୋତ୍ସବ କଟକ ଜିଲ୍ଲା ମାହାଙ୍ଗା ଥାନାର ବାଗ୍ମି ବିଶ୍ବନାଥ ବିଦ୍ୟା ନିକେତନ ମୂଳବସନ୍ତ ପରିସରରେ ପ୍ରଧାନଶିକ୍ଷକ ବିଶ୍ବଜିତ୍ ସେଠୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଜଗନ୍ନାଥ କର ଥିଲେ ବିଦ୍ୟାଳୟର ମୁଖ୍ୟ ନିର୍ମାତା, ଦରଦୀ ମଣିଷର ବନ୍ଧୁ, ସଂସ୍କାରକ,ସୁସଙ୍ଗଠକ, ଆଦର୍ଶ ଜନପ୍ରିୟନେତା ଓ ଉଚ୍ଚକୋଟୀର ମାନବବାଦୀ ମଣିଷ ଥିଲେ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ର ଚେୟାରମ୍ଯାନ, ଓମ୍ କାରନାଥଦେବ ମିଶନର ସଭାପତି, ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକାର ଏଡିଟର୍ ତଥା ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ର ସଭାପତି ଇଂ ଜିତେନ କୁମାର ରାଉତରାୟ ଗଭୀର ଶ୍ରଦ୍ଦାଞ୍ଜଳୀ ଅର୍ପଣ କରି ସ୍ୱର୍ଗତ କର ଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତୀ ନିର୍ମାଣ ଓ ସ୍ମରଣିକା ପ୍ରକାଶ କରିବା କୁ ଦାବି ଉପସ୍ଥାପନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ପ୍ରଶାନ୍ତ କର,ସମାଜସେବୀ ବଟକୃଷ୍ଣ ଦାଶ,ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ଶିକ୍ଷାବିତ୍ ବିନୋଦ ବିହାରୀ ମିଶ୍ର , ଯୁବ ସମାଜସବୀ ସୁବୋଧ ସାମଲ, ପ୍ରାକ୍ତନ ଶିକ୍ଷକ ତ୍ରୈଲୋକ୍ୟ ବିହାରୀ ପାଢୀ,କବି ଉତ୍ତମ ଜେନା,ସମାଜସବୀ ଉମେଶ ଚନ୍ଦ୍ର ସାହୁ, ବିଦ୍ୟାନିକେତନ ର ସଭାପତି ଅଜିତ୍ ମହାନ୍ତି , ଶିକ୍ଷକ ସଲିଳ ଦାସ ଓ ସମାଜସେବୀ ପ୍ରଣବ ବଳବନ୍ତରାୟ ପ୍ରମୁଖ ସ୍ୱର୍ଗତ ଜଗୁବାବୁ ଙ୍କ ଆଦର୍ଶ ଜୀବନ ଦର୍ଶନ ସମ୍ବନ୍ଧରେ ଆଲୋକପାତ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *