ରାଜ୍ୟ

ସଙ୍ଗମ ଅକ୍ଷୟ ମିଳନ ୨୦୨୩ ଅନୁଷ୍ଠିତ


ନିମାପଡ଼ା : ପବିତ୍ର ଅକ୍ଷୟ ତୃତୀୟା ତିଥି ରେ ନିମାପଡ଼ା ବ୍ଲକ ବାମନାଳ ପଞ୍ଚାୟତ ଓଲମରା ତ୍ରିନାଥ ମଣ୍ଡପ ଠାରେ ସଙ୍ଗମ ଚାରି ଟେବୁଲ ଟ୍ରଷ୍ଟପକ୍ଷରୁ ସଙ୍ଗମ ଅକ୍ଷୟମିଳନ ୨୦୨୩ ଅନୁଷ୍ଠିତ ହୋଇଥିଲା।
ଏହି ଅବସର ରେ ରାଜ୍ୟସ୍ତରୀୟ କବିସମ୍ମିଳନୀ, ସାହିତ୍ୟ ଆଲୋଚନା, କୃତୀ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧନା, ଝୋଟି, ମୁରୁଜ, କାନ୍ଦଣା, ହୁଳହୁଳି, ଶଙ୍ଖ ବାଦନ ପ୍ରତିଯୋଗିତା ଓ କୃତୀମହିଳା ଙ୍କୁ ପୁରସ୍କାର ପ୍ରଦାନ ପ୍ରଭୁତି
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଙ୍ଗମ ର ସଭାପତି ଗଙ୍ଗାଧର ଓଝା
ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ସଂପାଦକ ମନୋଜ କୁମାର ନାୟକ ଅନୁଷ୍ଠାନ ର କାର୍ଯ୍ୟାବଳୀ, ଆଭିମୁଖ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ। ଅତିଥି ଭାବେ କେନ୍ଦ୍ର ଓ ରାଜ୍ଯ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଡ଼ଃ. ବଂଶୀଧରଷଡ଼ଙ୍ଗୀ, ବ୍ୟଙ୍ଗ କବି ଶ୍ରୀ ସତ୍ୟାନାଶ,
ସମ୍ପଦ କୁମାର ରଥ, କବି ପ୍ରଭାକରପ୍ରମୁଖ ଯୋଗଦେଇଥିଲେ। କୃତୀ କବି, ଛାତ୍ରୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ଆମ ନିମାପଡ଼ା ପ୍ରତିନିଧି ସନ୍ତୋଷ ଦାଶ ଙ୍କୁ
ସଙ୍ଗମ କୃତୀ ସାମ୍ୱାଦିକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *