ମନୋରଞ୍ଜନ

ପଠାନ’ର ୧୦୦୦ କୋଟି ଆୟ ପରେ ବୟକଟ ଗ୍ୟାଙ୍ଗକୁ ଟାର୍ଗେଟ କଲେ ସ୍ୱରା

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଅଭିନୀତ ମୁଭି ‘ପଠାନ’ ପ୍ରତିଦିନ ଇତିହାସ ରଚୁଛି । ଶାହାରୁଖଙ୍କ ଏହି ମୁଭି ନିକଟରେ ୱାର୍ଲଡ ୱାଇଡ ୧୦୦୦ କୋଟିରୁ ଅଧିକ ଆୟ କରି ସାରିଛି, ଯାହା ଏକ ନୂଆ ରେକର୍ଡ । ଏହା ବଲିଉଡର ପ୍ରଥମ ମୁଭି ଯାହା ଚାଇନାରେ ରିଲିଜ୍ ନ ହୋଇ ବି ୧୦୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛି । ମୁଭିର ସଫଳତାକୁ ନେଇ ପୂରା ବଲିଉଡ ଖୁସି ଅଛି । ପଠାନର ଏହି ଶାନଦାର କଲେକସନ ପରେ ସ୍ୱରା ଭାସ୍କରଙ୍କର ରିଆକ୍ସନ ସାମ୍ନାକୁ ଆସିଛି ।
‘ପଠାନ’ ରିଲିଜ୍ ହେବା ପୂର୍ବରୁ ଏହାକୁ ବୟକଟ କରାଯାଉଥିଲା । ଏବେ ଏହାକୁ ନେଇ ସ୍ୱରା ଭାସ୍କର ସୋସିଆଲ ମିଡିଆ ମାଧ୍ୟମରେ ବୟକଟ ଗ୍ୟାଙ୍ଗ ଉପରେ ହମଲା କରିଛନ୍ତି । ଟୁଇଟ ମାଧ୍ୟମରେ ସେ ବୟକଟ ଗ୍ୟାଙ୍ଗ ଉପରେ ତିଖା ହମଲା କରିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମିର ଖାଁଙ୍କ ମୁଭି ‘ଦଙ୍ଗଲ’ ପ୍ରଥମ ଫେଜରେ ୱାର୍ଲଡ ୱାଇଡ ୭୦୦ କୋଟି ଆୟ କରିଥିଲା । ହେଲେ ଏହା ଚାଇନାରେ ରିଲିଜ ହେବା ପରେ ଏହା ୧୦୦୦ କୋଟି ପାର କରି ଯାଇଥିଲା । ଚାଇନାର ଦର୍ଶକେ ‘ଦଙ୍ଗଲ’କୁ ଖୁବ୍ ପସନ୍ଦ କରିଥିଲେ । ଫଳରେ ମୁଭି ୱାର୍ଲଡ ୱାଇଡ ୨୦୦୦ କୋଟି ଅତିକ୍ରମ କରି ଯାଇଥିଲା । ହିନ୍ଦୀ ମୁଭି ସହ ସାଉଥ ମୁଭି ବାହୁବଳୀ ୨, ଆରଆରଆର ଓ କେଜିଏଫ ୨ ଭଳି ମୁଭି ବି ୧୦୦୦ କୋଟି କଲେକସନ କରି ସାରିଛନ୍ତି ।
ବଲିଉଡରେ କିଛି ମୁଭି ଫ୍ଲପ ହେବା ପରେ କିଛିଦିନ ପାଇଁ ବିରତି ନେଇଥିଲେ ଶାହାରୁଖ । ପ୍ରାୟ ୪ ବର୍ଷ ପରେ ସେ ‘ପଠାନ ‘ମାଧ୍ୟମରେ ଜଣେ ଆକ୍ସନ ହିରୋ ଭାବେ ଫେରିଛନ୍ତି ବଡ ପରଦାକୁ । ଆଉ ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *