ମନୋରଞ୍ଜନ

କନ୍ନଡ ଅଭିନେତାଙ୍କ ଆତ୍ମହତ୍ୟା

କନ୍ନଡ ଟିଭି ଇଣ୍ଡଷ୍ଟ୍ରିରୁ ବଡ ଖବର ସାମ୍ନାକୁ ଆସିଛି। ଜଣାଶୁଣା କନ୍ନଡ ଟିଭି ଅଭିନେତା ସମ୍ପଥ ଜେ ରାମଙ୍କ ପରଲୋକ ଘଟିଛି। ଖବର ଅନୁଯାୟୀ, ସମ୍ପଥ ଆତ୍ମହତ୍ୟା କରି ଜୀବନ ହରାଇଛନ୍ତି। ୩୫ ବର୍ଷ ବୟସରେ ସମ୍ପଥ ଜେ ରାମଙ୍କ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

କୁହାଯାଉଛି, କର୍ନାଟକର ନେଲମାଙ୍ଗାଲାସ୍ଥିତ ତାଙ୍କ ଘରେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପଥ ଜେ ରାମ ତାଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ହେତୁ ଦୀର୍ଘ ସମୟ ଧରି ଡିପ୍ରେଶନରେ ରହୁଥିଲେ।

Leave a Reply

Your email address will not be published. Required fields are marked *