ରାଜନୀତି

ଅମ୍ରିତପାଲଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, : ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ପଞ୍ଜାବରେ ପୋଲିସ ଗିରଫ କରିଛି। ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ସେ ପଞ୍ଜାବରେ ଶାନ୍ତି ଏବଂ ନିରାପତ୍ତା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପାଇଁ କଠୋର ନିଷ୍ପତ୍ତି ନେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଖଲିସ୍ତାନୀ ଅମ୍ରିତପାଲ ସିଂଙ୍କୁ ଗିରଫ କରି ଆଇନଶୃଙ୍ଖଳା ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ପଞ୍ଜାବ ସରକାର ଏକ ଦୃଢ ବାର୍ତ୍ତା ଦେଇଛନ୍ତି।

କେଜ୍‌ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ଗତ ଏକ ମାସ ଧରି ଅମ୍ରିତପାଲଙ୍କ ଘନିଷ୍ଠ ବନ୍ଧୁଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ହେଇଆସୁଥିଲା। ଅମ୍ରିତପାଲଙ୍କ ଆଡାରେ ମଧ୍ୟ ଚଢାଉ କରାଯାଇଥିଲା। ଏହା ପରେ ତାଙ୍କ ସାମ୍ନାରେ କୌଣସି ବିକଳ୍ପ ବାକି ନ ଥିଲା ତେଣୁ ସେ ପୋଲିସ ପାଖରେ ସରେଣ୍ଡର କରିଛନ୍ତି।

କେଜ୍‌ରିଓ୍ବାଲ କହିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବହୁତ ପରିପକ୍ୱତା ଏବଂ ସାହସ ସହିତ ଏହି ମିଶନକୁ ସଫଳ କରିଛନ୍ତ। ପୁରା ମିଶନରେ ବନା କୌଣସି ରକ୍ତପାତ ଏବଂ ଗୁଳି ବିନିମୟରେ ପଞ୍ଜାବ ପୋଲିସ ଏହି ସଫଳତା ହାସଲ କରିଛି। ଶାନ୍ତି ବଜାୟ ରଖିବା ଏବଂ ପୁରା ମିଶନ ସମୟରେ ପଞ୍ଜାବ ସରକାରଙ୍କୁ ସମର୍ଥନ କରିଥିବାରୁ ସେ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *