ଦେଶ- ବିଦେଶ

ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା

ଓ୍ବାଶିଂଟନ, : ଆମେରିକାକୁ ପଡିବାକୁ ଯାଇଥିବା ଭାରତର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଏପ୍ରିଲ ୨୦ ଘଟିଥିବା ସୂଚନା ମିଳିଛି। ଏହି ଯୁବକ ଜଣଙ୍କ ନାଁ ହେଉଛି ସାଇଶ ବୀରା। ସେ ଆମେରିକାରେ ସ୍ନାତକୋତ୍ତର ପଢୁଥିଲେ। ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡିଛି। ସେ ଓହିଓର ଏକ ଗ୍ୟାସ ଷ୍ଟେଶନରେ ପାର୍ଟ ଟାଇମ କାମ କରୁଥିଲେ। ଉକ୍ତ ଗ୍ୟାସ ଷ୍ଟେଶନରେ କାମ କରୁଥିବା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *