ରାଜନୀତି

ନିଜକୁ ପ୍ରଶ୍ନ କରିବା କଷ୍ଟ: ରାହୁଲ

ବେଙ୍ଗାଲୁରୁ, : ପାଖେଇ ଆସୁଛି କର୍ନାଟକ ବିଧାନସଭା ନିର୍ବାଚନ। ଆଉ ଏହି ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। କଂଗ୍ରେସ ବି ପଛରେ ନାହିଁ। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କର୍ନାଟକ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ରାହୁଲ ସରକାରୀ ଘର ଖାଲି କରିବା ପରେ ରବିବାର ପ୍ରଥମ କରି ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ରାହୁଲ ବାଗଲକୋଟରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଅନ୍ୟକୁ ପ୍ରଶ୍ନ କରିବା ସହଜ ହେଲେ ନିଜକୁ ପ୍ରଶ୍ନ କରିବା କଷ୍ଟ।

ରାହୁଲ ଗାନ୍ଧୀ ରବିବାର ହୁବୁଳିରେ ପହଞ୍ଚି ଥିଲେ। ସେ ବାଗଲକୋର୍ଟରେ ଆୟୋଜିତ ବସବା ଜୟନ୍ତି ସମାରୋହରେ ଏକ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ରାହୁଲ କହିଥିଲେ, ଯେଉଁଠାରେ ଅନ୍ଧାର ଅଛି ସେଠାରେ କେଉଁଠି ନା କେଉଁଠି ଆଲୋକ ହୋଇଥାଏ। ସେ ସମୟରେ ସମାଜରେ ଅନ୍ଧାର ଥିଲା ଆଉ ବସବା ଜି ଆଲୋକ ହୋଇ ବାହାରିଥିଲେ। ମଣିଷ ଏମିତି ଆଲୋକ ଦେଇ ନ ଥାଏ। ପ୍ରଥମେ ନିଜକୁ ପ୍ରଶ୍ନ କରିବାକୁ ପଡିଥାଏ। ଅନ୍ୟକୁ ପ୍ରଶ୍ନ କରିବା ସହଜ ହେଲେ ନିଜକୁ ପ୍ରଶ୍ନ କରିବା କଷ୍ଟ।

Leave a Reply

Your email address will not be published. Required fields are marked *