ରାଜ୍ୟ

ମା ବେଲେଶ୍ୱରୀଙ୍କ ପୀଠରେ ଗୀତା ଯଜ୍ଞ ଅନୁଷ୍ଠିତ


ନିମାପଡ଼ା: ପୁରୀ ଜିଲ୍ଲା ଚାରିଛକ ଥାନା ପୁରୁଣା ଫାଣ୍ଡି ଛକ ସ୍ଥିତ ମା ବେଲେଶ୍ଵରୀ ଠାକୁରାଣୀଙ୍କ ପୀଠରେ ଗୀତାଯଜ୍ଞ ଓ ଚଣ୍ଡୀପାଠ ଅନୁଷ୍ଠିତ ହୋଇଯାଇଛି ।ଏହି ଯଜ୍ଞ ରେ କର୍ତ୍ତା/ କର୍ତ୍ତି ଭାବେ ଥାନା ଅଧିକାରୀ ମମତା ବିଶ୍ଵାଳ ଓ ତାଙ୍କ ସ୍ଵାମୀ ଅଶୋକ ବାବୁ ଥିଲେ ।ପୁରୋହିତ ଙ୍କ ଦ୍ଵାରା ପୂଜାପାଠ ସରିବା ପରେ ମାଙ୍କ ଚଳନ୍ତି ପ୍ରତିମା ଏକ ସୁସଜ୍ଜିତ ବିମାନରେ ବସି ବଜାର ପରିକ୍ରମା କରିଥିଲେ। ଘୋଡ଼ାନାଚ ,ସଙ୍କୀର୍ତ୍ତନ ମଣ୍ଡଳୀ ଘଣ୍ଟ ,ବାଜା ,ବାଣ ଫୁଟାଇ ଲୋକମାନେ ଦେବୀ ଙ୍କୁ ବିମାନ ରେ ବିଭିନ୍ନ ସ୍ଥାନରେ ପନ୍ଥି ଭୋଗ ଖୁଆଇ ଥିଲେ। ଓରପଟ ଶ୍ରୀ ଜଗନ୍ନାଥ ମନ୍ଦିର ,ଥାନା କାର୍ଯ୍ୟାଳୟ ପରେ। ବ୍ରହ୍ମକୁଣ୍ଡି ଗ୍ରାମ ବୁଲିବା ପରେ ମା ରାତ୍ରରେ ଆସ୍ଥାନ କୁ ଫେରିଥିଲେ। ଥାନା ପକ୍ଷରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା ।୧୯୮୧ ମସିହା ଠାରୁ ମା ଙ୍କ ଠାରେ ଏହି ଗୀତାଯଜ୍ଞ ଅନୁଷ୍ଠିତ ହେଉଛି ।ସନ୍ଧ୍ୟାରେ ଭଜନ ସମାରୋହ ସହ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଉକ୍ତ ଉତ୍ସବ ରେ ଉପସ୍ଥିତ ରହି ଥିବାବେଳେ ଚାରିଛକ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *