ଅପରାଧ

ଚୋରା ଗଞ୍ଜେଇ ବେପାରୀ ଗିରଫ

ଚିଲିକା : ଖୋର୍ଦ୍ଧା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ମାତିଛନ୍ତି ନିଶା ବେପାରି l ମଦ, ଗଞ୍ଜେଇ,ଜୁଆ ଖେଳ ରେ ବହୁ ପରିବାର ଭାଙ୍ଗୁଥିବା ବେଳେ ଆଇନ କୁ ଖାତିର କରୁନାହାନ୍ତି ନିଶା ବେପାରି l ଆଜି ବାଣପୁର ଥାନା ଅଞ୍ଚଳରୁ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ବାଣପୁର ରୋଡ ମା ମେଘାମ୍ବରୀ ମନ୍ଦିର ସମ୍ମୁଖରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ମାଡି ବସିଛି ଅବକାରୀ l ଅଭିଯୁକ୍ତ ଜଣକ ନହରଡ଼ିହ ଗ୍ରାମର ପ୍ରକାଶ ଚନ୍ଦ୍ର ପଣ୍ଡା (62) l ତାଙ୍କ ନିକଟରୁ 4 କେଜି 200 ଗ୍ରାମ ଗଞ୍ଜେଇ ଜବତ ହୋଇଛି l ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ l ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ଓ ଟିମ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *