ଦେଶ- ବିଦେଶ

ଦିଲ୍ଲୀ ଏନସିଆରରେ ଭୂକମ୍ପ, ଥରିଲା ୟୁପି-ହରିୟାଣା

ନୂଆଦିଲ୍ଲୀ, : ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପର ହାଲକା ଝଟକା ଅନୁଭୁତ ହୋଇଛି । ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ଦିନ ପ୍ରାୟ ୧ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଥିବାରୁ ଲୋକେ ଯିଏ ଯେଉଁଠି ଥିଲେ ସମସ୍ତେ ବାହାରକୁ ଚାଲି ଆସିଥିଲେ । ଖୋଲା ଆକାଶ ତଳେ ସମସ୍ତେ ଏକାଠି ହୋଇଥିଲେ । କୁହାଯାଇଛି କି ଭୂକମ୍ପର ତୀବ୍ରତା ଖୁବ୍ କମ ଥିଲା । ଫଳରେ ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ । ନେପାଳର ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ବାଜୁରାଠାରେ ଥିଲା ।

ଦିଲ୍ଲୀ ଏନସିଆର ସହ ଉତ୍ତର ପ୍ରଦେଶ ଓ ହରିୟାଣାରେ ବି ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫. ରହିଥିବା କୁହାଯାଇଛି । ଏହା ଆଦୌ କ୍ଷତିକାରକ ନୁହେଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୪ ଜାନୁୟାରୀରେ ଦିଲ୍ଲୀ ଏନସିଆର, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଭୂକମ୍ପ ଅନୁଭୁତ ହୋଇଥିଲା ।
ତେବେ ଫେବୃୟାରୀ ୬ରେ ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପ ଦେଖିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି ।

One thought on “ଦିଲ୍ଲୀ ଏନସିଆରରେ ଭୂକମ୍ପ, ଥରିଲା ୟୁପି-ହରିୟାଣା

Leave a Reply

Your email address will not be published. Required fields are marked *