ଖେଳ

କଳିଙ୍ଗ ଷ୍ଟାଡିୟମରେ ଚେସ୍ ଗ୍ରୀଷ୍ମକାଳୀନ ଶିବିର

ଭୁବନେଶ୍ୱର : ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ସହାୟତାରେ ଓଡ଼ିଶାରେ ଚେସ୍ ଖେଳର ପ୍ରଚାର ପ୍ରସାର ପାଇଁ ମେ’ 2 ତାରିଖରୁ ମେ’ 21 ତାରିଖ ପର୍ୟ୍ୟନ୍ତ ଚେସ୍ ସମର କ୍ୟାମ୍ପ 2023 ଆୟୋଜନ କରିବାକୁ ଯାଉଛି। ଏହି ଶିବିର ଦୁଇଟି ଗ୍ରୁପ୍ (ବିଗ୍ନର ଓ ଇଣ୍ଟରମିଡିଏଟ୍)ରେ ଅନୁଷ୍ଠିତ ହେବ। ପ୍ରାରମ୍ଭିକ ସ୍ତରର ସମୟ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ପର୍ୟ୍ୟନ୍ତ ରହିଛି ଯେଉଁଥିରେ କେବଳ 15 ବର୍ଷରୁ କମ୍ ପିଲାଙ୍କୁ ଅନୁମତି ଦିଆୟାଇଛି। ଇଣ୍ଟରମିଡିଏଟ୍ ସ୍ତରର ସମୟ ସକାଳ 8ଟାରୁ 10ଟା ପର୍ୟ୍ୟନ୍ତ ରହିଛି ଯାହା ସବୁ ବୟସ ବର୍ଗ ପାଇଁ ଉନ୍ମୁକ୍ତ ରହିଛି। ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମର ଗେଟ୍ ନଂ 3, ଭୁବନେଶ୍ୱର ଅପରାହ୍ନ 3.30 ରୁ 5.30 ଏହି ପଞ୍ଜିକରଣ 24ରୁ 30 ଏପ୍ରିଲ 2023 ପର୍ୟ୍ୟନ୍ତ ଖୋଲା ରହିବ। ପିଲାଙ୍କ ନାମ ପଞ୍ଜୀକରଣ ପାଇଁ 500 ଟଙ୍କା ଦେବାକୁ ପଡିବ। ଦିଆୟାଇଥିବା ବାରକୋଡ୍ ମାଧ୍ୟମରେ ମଧ୍ୟ ପଞ୍ଜିକରଣ ହୋଇପାରିବ। ଗୋଟିଏ ବ୍ୟାଚ୍ କେବଳ ପଚାଶ ଜଣ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆୟାଉଛି। ଅଧିକ ସୂଚନା ପାଇଁ ଯୋଗାୟୋଗ ପଏଣ୍ଟ ଗୁଡ଼ିକ ହେଉଛି- ଶ୍ରୀ ଶୟନ ଦାସ- 9748049810, ଶ୍ରୀ ଦେବବ୍ରତ ଭଟ୍ଟ, ସଚିବ, ଏଓସିଏ- 9437093970ରେ ଚେସ୍ ଖେଳର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସରକାରଙ୍କ ସହୟୋଗରେ ଆଗାମୀ ମାସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚେସ୍ ସମର କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ଏଓସିଏର ସଚିବଙ୍କ ପକ୍ଷରୁ ସୂଚନା ଦିଆୟାଇଛି।

Leave a Reply

Your email address will not be published. Required fields are marked *