ରାଜ୍ୟ

ମା ହିଁ ଯୁଗେଯୁଗେ ମହାନ ମା ବିନା ଜୀବନ ଅର୍ଥହୀନ

ଭୁବନେଶ୍ଵର(ଜେ.କେ ରାଉତରାୟ):-ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ମୂଳବସନ୍ତ ଗ୍ରାମର ବିଶିଷ୍ଟ ଧର୍ମପରାୟଣା ମହିଳା ସ୍ବର୍ଗତ ଶୋଭା ଦେବୀ ଙ୍କ ପୁଣ୍ଯ ଏକାଦଶୀ ତିଥି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ର ସଭାପତି,କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ୍ ର ଅଧ୍ୟକ୍ଷ ତଥା ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ଏଡିଟର ଇଂ ଜିତେନ କୁମାର ରାଉତରାୟ ସଭାପତିତ୍ଵ କରି ମା ହିଁ ସେବା ତ୍ୟାଗ ଓ ମମତାର ମୂର୍ତିମନ୍ତ ପ୍ରତୀକ ବୋଲି କହି ସ୍ୱର୍ଗତ ଶୋଭା ଦେବୀ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଯୁଗେଯୁଗେ ମା ହିଁ ମହାନ ମା ବିନା ଜୀବନ ଅର୍ଥହୀନ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ।ମା ଶୋଭା ଦେବୀଙ୍କ ଆଦର୍ଶ ଜୀବନଦର୍ଶନ ସମ୍ବନ୍ଧରେ ମୁଖ୍ଯ ଅତିଥି କବି ପ୍ରଶାନ୍ତ କର ବକ୍ତବ୍ଯ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମୁଖ୍ଯ ବକ୍ତା ରୂପେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଋଷି ରାଉତ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ସମ୍ମ୍ନାନିତ ଅତିଥି ରୂପେ ଆଡଭୋକେଟ ବିଜୟ କେତନ ନାୟକ,ଶିକ୍ଷାବିତ୍ ବାବାଜୀ ଚରଣ ମହାନ୍ତି,ସମାଜସେବୀ କାର୍ତ୍ତିକ ମହାନ୍ତି, ସମାଜସେବୀ ତନ୍ମୟ ଦାସ,ସମାଜସେବୀ ରଞ୍ଜନ ବଳବନ୍ତରାୟ,ସଙ୍ଗଠକ ପ୍ରଣବ ବଳବନ୍ତରାୟ,ଶିକ୍ଷାବିତ କୈଳାସ ବଳବନ୍ତରାୟ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ ,ସମାଜସେବୀ ମାଧବ ମଲ୍ଲିକ ,ବିଜୟ ମଲ୍ଲିକ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସିଂ, ସମାଜସେବୀ ଯିବିକେଶ ମିଶ୍ର ,ଡାକ୍ତର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଡାକ୍ତର କିଶୋର ମିଶ୍ର, ସମାଜସେବୀ ବିଦ୍ୟୁତ ପ୍ରକାଶ ଦାସ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ଯା ପ୍ରମିଳା ଜେନା, ପ୍ରାକ୍ତନ ନୋମିନ ଅରକ୍ଷିତ ଜେନା, ଆରକ୍ଷୀ ଅଧିକାରୀ ଟୁଟୁ ଧଳ,ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ସ୍ଵାଇ,ସରୋଜ କୁମାର ପରିଡା, ସଚୀନ୍ଦ୍ରନାଥ ବାରିକ ଓ ପବିତ୍ର ରାଉତ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସଭା ପରିଚାଳନା କରିଥିଲେ ତାଙ୍କ ସୁପୁତ୍ର ଆଡଭୋକେଟ କଳ୍ପତରୁ ରାଉତ,ଆଡଭୋକେଟ ସୁଶାନ୍ତ କୁମାର ବରାଳ ,ଆଡଭୋକେଟ ଗୋପାଳ ମହାନ୍ତି, ସମାଜସେବୀ ଯୋଗେଶ ମହାନ୍ତି ପ୍ରମୁଖ ।

Leave a Reply

Your email address will not be published. Required fields are marked *