ରାଜନୀତି

କଂଗ୍ରେସ ଗଠନ କଲା ନୂଆ ଟିମ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବା ଆରମ୍ଭ କରିଛି କଂଗ୍ରେସ | ରାଜ୍ୟରେ ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ଆଜି କଂଗ୍ରେସ ପକ୍ଷରୁ ପିସିସି କମିଟି ଗଠନ କରାଯାଇଛି | ଏହି କମିଟିରେ ୫ଜଣ ବରିଷ୍ଠ ଉପସଭାପତି, ୧୨ ଉପସଭାପତି ରହିଛନ୍ତି | କଂଗ୍ରେସ ନେତା ଗଣେଶ୍ୱର ବେହେରା, ତାରା ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ସରସ୍ବତୀ ହେମ୍ବ୍ରମଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ମିଳିଥିବାବେଳେ ବିଧାୟକ ଅଧୀରାଜ ପାଣିଗ୍ରାହୀ, ରାଜନ ଏକ୍କାଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି | ସେହିପରି ୩୯ ଜଣଙ୍କୁ ସାଧାରଣ ସମ୍ପାଦକ, ୬୧ ଜଣଙ୍କୁ ସମ୍ପାଦକ ଦାୟିତ୍ୱ ସହ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କୁ କୋଷାଧକ୍ଷ ଦାୟିତ୍ୱ ଦିଆଯାଇଛି | ଉଲ୍ଲେଖ ଥାଉ କି ବିଦ୍ରୋହୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପରିଚାଳନା କମିଟି ସଦସ୍ୟ ହୋଇଛନ୍ତି |ସୂଚନା ଥାଉ କି ଦୁଇ ଦିନ ତଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଥିଲା । ରାଜ୍ୟ କଂଗ୍ରେସ ପକ୍ଷରୁ ୨୬ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଦଳର ରାଜ୍ୟ ପ୍ରଭାରୀ ଏ.ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା, ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜୟ ପଟ୍ଟନାୟକ, ସୁଶିଳା ତିରିଆ, କିଶୋର ଚନ୍ଦ୍ର ପଟେଲ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଯଜ୍ଞେଶ୍ବର ବାବୁ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ବାଳ, ପଞ୍ଚାନନ କାନୁନ୍‌ଗୋ, ବିଶ୍ବରଂଜନ ମହାନ୍ତି, ସସ୍ମିତା ବେହେରା, ଜିଆ ଉଲ ହକ୍, ଶରତ ପ୍ରଧାନ, ଅମିୟ ପଟ୍ଟନାୟକ ଓ ବିସ୍ମୟ ମହାପାତ୍ର ସ୍ଥାନ ପାଇଥିଲେ ।

Leave a Reply

Your email address will not be published. Required fields are marked *