ମହାନଗର

ହସପିଟାଲରେ ମାସ୍କ ବ୍ୟବହାରକୁ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ବର: ବର୍ତ୍ତମାନ ଦେଶରେ ପୁଣି କରୋନା କାୟା ବିସ୍ତାର କରିବାରେ ଲାଗିଛି। ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଆରମ୍ଭ କରିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାସ୍କ ପିନ୍ଧିବା ଉପରେ ନିୟମ ଜାରି କରାଯାଇଛି। ସେହିପରି ସାଧାରଣ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁରୂପ ନିୟମ ଜାରି କରାଯାଇଥିବା ସାଧାରଣ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ନିରଂଜନ ମିଶ୍ର କହିଛନ୍ତି। ଏ ସଂକ୍ରାନ୍ତରେ ସମସ୍ତ ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲକୁ ଚିଠି କରାଯାଇଛି।ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାସ୍କ ପିନ୍ଧିବା ଉପରେ ପ୍ରାଥମିକତା ଦିଆଯାଇଛି। ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଓ ସ୍ବାସ୍ଥ୍ୟ କର୍ମୀମାନେ ମାସ୍କ ପିନ୍ଧି ଆସିବାକୁ ବାଧ୍ୟତାମୂଳକ କରାଯାଇଛି। ଲାବୋରେଟୋରୀରେ କାମ କରୁଥିବା କର୍ମଚାରୀ ବି ମାସ୍କ ପିନ୍ଧିବାକୁ କୁହାଯାଇଛି। ଏଥି ସହିତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ଉପରେ ସଚେତନ କରାଯିବାକୁ କୁହାଯାଇଛି। କରୋନାର ପଥରରୋଧ କରିବା ପାଇଁ ଆଗୁଆ ପଦକ୍ଷେପ ନିଶ୍ଚିତ ଭାବେ ଲୋକଙ୍କ ପାଇଁ ଉପକାରୀ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *