ମନୋରଞ୍ଜନ

ଝିଅ ଆରାଧ୍ୟା ପାଇଁ ଟ୍ରୋଲ୍‌ ହେଲେ ବଚ୍ଚନ ବୋହୂ

ମୁମ୍ବାଇ: ନିଜ ଝିଅକୁ ନେଇ ଅଧିକ ଚିନ୍ତିତ ରହୁଥିବା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ଅଧିକାଂଶ ସମୟରେ ଟ୍ରୋଲ୍‌ର ଶିକାର ‌ହୁଅନ୍ତି। କେବେ ଝିଅକୁ ଓଠରେ ଚୁମ୍ବନ ଦେଇ ଟ୍ରୋଲ୍‌ ହୁଅନ୍ତି ତ କେବେ ଝିଅକୁ ଭିଡ଼ରୁ ବାଟ କଢ଼େଇ ନେଉଥିବା କାରଣରୁ ଟ୍ରୋଲ୍‌ ହୁଅନ୍ତି। ଏଥର ବି ନିଜ ଝିଅ ଅରାଧ୍ୟା ବଚ୍ଚନଙ୍କ ହାତ ଧରି ନେଉଥିବା କାରଣରୁ ଟ୍ରୋଲର୍ସଙ୍କ ନଜରରେ ପଡ଼ିଛନ୍ତି ବିଶ୍ବ ସୁନ୍ଦରୀ।

ନିଜ ଝିଅ ପାଖରେ ଛାଇ ପରି ଲାଗି ରହୁଥିବା ଐଶ୍ବର୍ଯ୍ୟା ନିକଟରେ ଆରାଧ୍ୟାଙ୍କ ହାତକୁ ଜାବୁଡ଼ିକି ଧରିଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଐଶ୍ବର୍ଯ୍ୟା ସଂପୂର୍ଣ୍ଣ କଳା ରଂଗର ପୋଷାକ ପିନ୍ଧିଥିବା ବେଳେ ଅରାଧ୍ୟା ଡେନିମ୍‌ ଜିନ୍ସକୁ କ୍ରିମ୍‌ କଲର୍‌ର ଏକ ଟପ୍‌ ପିନ୍ଧିଛନ୍ତି।

ଗତ ରାତିରେ ଐଶ୍ବର୍ଯ୍ୟା ଓ ତାଙ୍କ ଝିଅକୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ବିମାନବନ୍ଦରରୁ ବାହାରିବା ବେଳେ ଐଶ୍ବର୍ଯ୍ୟା ଆରାଧ୍ୟାଙ୍କ ହାତକୁ ଜାବୁଡ଼ିକି ଧରିଥିବାର ଦେଖିବାକୁ ମିଳିଥିଲା। ଗୋଟାଏ ମୁହୂର୍ତ୍ତ ପାଇଁ ବି ସେ ଆରାଧ୍ୟାଙ୍କ ହାତ ଛାଡ଼ି ନଥିଲେ।

ନିଜ ଝିଅକୁ ନେଇ ଐଶ୍ବର୍ଯ୍ୟାଙ୍କର ଅଧିକ ଯତ୍ନଶିଳତା ଲୋକଙ୍କୁ ପସନ୍ଦ ଆସିନାହିଁ। ଏତେ ବି ଛୁଆକୁ କାନିରେ ବାନ୍ଧି ରଖନାହିଁ ବୋଲି ବ୍ୟବହାରକାରୀ ମତ ରଖିଛନ୍ତି। କେହି କେହି ଏପରି ବି ଲେଖିଛନ୍ତି ଯେ ସେ ନିଜେ ମାଆଙ୍କ ସାହାରା ବିନା ଚାଲି ଶିଖନ୍ତୁ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ପୂରା ଦୁନିଆରେ ତମେ ହିଁ ଏକମାତ୍ର ମାଆ ବନିଛ ବୋଧେ?

Leave a Reply

Your email address will not be published. Required fields are marked *