ଅପରାଧ

ଦୁର୍ଦ୍ଦାନ୍ତ ଅପରାଧୀକୁ କଲା ଗିରଫ ପୋଲିସ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଆଜି ଗିରଫ କରିଛି ପୋଲିସ।ଅପରାଧୀ ଜଣକ ହେଉଛନ୍ତି ଚନ୍ଦ୍ରାପୁଟ ଗ୍ରାମର ମାନସ ଦାସ(40)। ମାନସଙ୍କ ନାମରେ ୧୪ ଗୋଟି ଅପରାଧିକ ମାମଲା ଏବଂ ଦୁଇ ଗୋଟି ଏନବିଡବ୍ଲୁ ରହିଛି। ତନ୍ମଧ୍ୟରୁ ତିନି ଗୋଟି ମରଣାନ୍ତକ ଆକ୍ରମଣ ମାମଲା ରହିଛି।

ପୋଲିସ ସୂଚନା ଅନୁଯାୟୀ ମାନସ ଦୀର୍ଘ ଦିନ ଧରି ବେଆଇନ ମଦ ବେପାରରେ ଜଡ଼ିତ ଥିଲେ.ତାଙ୍କୁ ପୁର୍ବରୁ ମଧ୍ୟ ଏକାଧିକ ଥର ପୋଲିସ ଗିରଫ କରିବା ପାଇଁ ଚଢ଼ାଉ କରିଥିଲେ ସୁଦ୍ଧା ସେ ଖସି ପଳେଇବାରେ ସଫଳ ହେଉଥିଲେ। ତେବେ ନିକଟରେ ତାଙ୍କରି ଗ୍ରାମର ସନ୍ତୋଷ ମାଳି ନାମକ ବ୍ୟକ୍ତିଙ୍କୁ ମଦ ବ୍ୟବସାୟରେ ଶତ୍ରୁତାକୁ ନେଇ ମାନସ ମରଣାନ୍ତକ ଆକ୍ରମଣ କରିଥିଲେ।

ଫଳରେ ପୋଲିସ କେସ ନମ୍ବର ୯୬/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା। ଶେଷରେ ନିଜ ଗୁଇନ୍ଦା ସୂଚନା ଦ୍ୱାରା ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ମାନସ ଗିରଫ ହେବା ଦ୍ୱାରା ମଦ ମାଫିଆଙ୍କ ମନରେ ଛନକା ପଶିଯାଇଛି ଏବଂ ତାଙ୍କ ସହଯୋଗୀ ମାନେ ଖୁବଶୀଘ୍ର ଗିରଫ ହେବେ ବୋଲି ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *