ରାଜ୍ୟ

ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ


ନିମାପଡ଼ା : ମହାକାବ୍ୟ ଗୀତ ଗୋବିନ୍ଦ ର ରଚୟିତା ବିଶ୍ଵ ପ୍ରସିଦ୍ଧ କବି ଜୟଦେବ ଙ୍କ ୩୨ ତମ ଜୟନ୍ତୀ ସମାରୋହ କାକଟପୁର ର ଦେଉଳି ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ ଅଧ୍ୟକ୍ଷତା କରିଥିଲେ ।ଅନ୍ୟତମ ଅତିଥି ଭାବେ କାକଟପୁର ବିଡ଼ିଓ ତୁଷାର ଜ୍ୟୋତିରଂଜନ, ତହସିଲଦାର ବିରଞ୍ଚି ନାରାୟଣ ବେହେରା ,ପ୍ରାଚୀ ସଂସ୍କୃତି ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର ,ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ, କାକଟପୁର ସରପଞ୍ଚ ଅଭୟକୁମାର ସେଠୀ ପ୍ରମୁଖ ଯୋଗଦାନ କରି ଶ୍ରୀ ଜୟଦେବ ଏବଂ ତାଙ୍କ ରଚିତ ମହାନ କାବ୍ୟ ଗୀତ ଗୋବିନ୍ଦ ର ମହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।ସଂସ୍କୃତି ବିଭାଗ ପକ୍ଷରୁ ପ୍ରେରିତ ଗୀତିକାର ନିମାକାନ୍ତ ରାଉତରାୟ ,ବିଜୟ ଲକ୍ଷ୍ମୀ ରାଉତରାୟ ,ଦିବାକର ପରିଡ଼ା , ଏବଂ ସୌମ୍ୟ ରଞ୍ଜନ ଯୋଶୀ ଙ୍କ ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାକଟପୁର ବ୍ଲକ ପକ୍ଷରୁ
ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସଙ୍କୀର୍ତ୍ତନ ପଦଯାତ୍ରାକୁ ବନ୍ଦ ରଖାଯାଇଛି। କେବଳ ବିଭିନ୍ନ ସ୍ଥାନରେ ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେଉଛି।

Leave a Reply

Your email address will not be published. Required fields are marked *