ରାଜ୍ୟ

ଶହିଦ ଦେବାଶିଷଙ୍କ ପାଇଁ ସ୍ମୃତିସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା


ନିମାପଡ଼ା: ଭାରତମାତା ର ଗର୍ବ ଗୌରବ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଳଗୁମ ଖଣ୍ଡାୟତସାହି ର ବୀର ପୁତ୍ର ଦେବାଶିଷ ବିଶ୍ବାଳ ଗତ ୨୦/୦୪ ଦିନ ପୁଞ୍ଚସେକ୍ଟର ରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ଶହିଦ ହୋଇଥିଲେ। ଶହିଦ ଦେବାଶିଷ ବିଶ୍ବାଳ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ବିଶାଳ ମହମବତୀ ଶୋଭାଯାତ୍ରା କାକଟପୁର ବ୍ଲକ ବାଙ୍ଗୁରିଗାଁ ପଞ୍ଚାୟତ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। କ୍ୟାଣ୍ଡେଲ ଶୋଭାଯାତ୍ରା ବାଙ୍ଗୁରିଙ୍ଗା ବଜାର ପରିକ୍ରମା କରିବା ପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ କରାଯାଇ ତାଙ୍କ ସ୍ମୃତି ଚାରଣ କରାଯିବା ସହିତ ନୀରବ ପ୍ରାଥନା କରାଯାଇ ଶହିଦ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଏହି ସ୍ମୃତିସଭା ରେ ବାଙ୍ଗୁରିଙ୍ଗା ସରପଞ୍ଚ ପାର୍ଥ ବେହେରା, ଅବସପ୍ରାପ୍ତ ଶିକ୍ଷକ ସମାଜସେବୀ ଶୈଲ୍ୟନ କୁମାର ପାତ୍ର, ନାରାୟଣ ନାୟକ, ପ୍ରମୋଦ ପ୍ରଧାନ, ନକୁଳ ପ୍ରଧାନ , ଅକ୍ଷୟ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।ସରପଞ୍ଚ ଶ୍ରୀ ବେହେରା ଙ୍କ ନେତୃତ୍ୱ ରେ ଏକ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଅନୁଷ୍ଠିତ
କ୍ୟାଣ୍ଡେଲ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ। ଦେବାଶିଷ ବିଶ୍ଵାଳ ଅମର ରହେ ନାରା ରେ ବଜାର କମ୍ପି ଉଠିଥିଲା।

Leave a Reply

Your email address will not be published. Required fields are marked *