ଦେଶ- ବିଦେଶ

ଚନ୍ଦ୍ରାବାବୁଙ୍କ ଭଳି ହେବ ନୀତୀଶଙ୍କ ଅବସ୍ଥା: ପିକେ

ପାଟନା, : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି,ସେମାନଙ୍କର ନିଜର କୌଣସି ସ୍ଥିତି ନାହିଁ ଏବଂ ଦେଶରେ ବିରୋଧୀଙ୍କୁ ଏକଜୁଟ କରିବା କଥା କହିବା ହାସ୍ୟାସ୍ପଦ। ଭାରତୀୟ ଜନତା ପାର୍ଟିର ମୁକାବିଲା ପାଇଁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର ମଧ୍ୟ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁଙ୍କ ଭଳି ଉଦ୍ୟମ କରୁଛନ୍ତି। ତାଙ୍କର ଅବସ୍ଥା ଚନ୍ଦ୍ରାବାବୁଙ୍କ ଭଳି ହେବ।

ବାସ୍ତବରେ, ଗୋଟିଏ ଦିନ ପୂର୍ବରୁ ନୀତୀଶ କୁମାର ଏବଂ ତେଜସୱୀ ଯାଦବ ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବଙ୍କୁ ଭେଟି ବିରୋଧୀଙ୍କୁ ଏକଜୁଟ କରିଥିଲେ।

ନୀତୀଶଙ୍କର ଏକ ଛୋଟା ଚାଲି ପାରୁ ନ ଥିବା ସରକାର ଅଛି ଏବଂ ସେ ବିହାର ବିଷୟରେ ଚିନ୍ତା କରିବା ଉଚିତ ବୋଲି ୨୦୧୬ରେ ନୀତୀଶ କୁମାରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିବା ପ୍ରଶାନ୍ତ କହିଛନ୍ତି।
ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କର ଏକମାତ୍ର ଶ୍ରେୟ ହେଉଛି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ। ଗ୍ରାଣ୍ଡ ଆଲାଇନ୍ସ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ୧୦ ଲକ୍ଷ ଚାକିରି ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତିକୁ ପିକେ କକଟାକ୍ଷ କରିଛନ୍ତି। ଯଦି ତେଜସ୍ବୀ ଲାଲୁଙ୍କ ପୁଅ ନ ଥାନ୍ତେ, ତେବେ ସେ ଦେଶରେ କେଉଁ ଚାକିରି ପାଇଥାନ୍ତେ? ନିଜର ପ୍ରକୃତ ସ୍ଥିତି ଆକଳନ ନ କରି ତେଜସ୍ବୀ କେବଳ ଭାଷଣ ଦେଉଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *