ଜାଲ ସାର୍ଟିଫିକେଟ ଦେବା ଅଭିଯୋଗରେ ଜଣେ ଗିରଫ
ଚିଲିକା : ଜାଲ ସାର୍ଟିଫିକେଟ ଦେବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ଉଠାଇନେଇଛି ବ୍ରହ୍ମପୁର ଗୋଶାଣି ନୂଆଗାଁ ପୋଲିସ l ଅଭିଯୁକ୍ତ ଜଣକ ହେଉଛନ୍ତି ଦୈତାରୀ ବେହେରା l ପେଶାରେ ଦୈତାରୀ ଲଙ୍ଗଳେଶ୍ୱର ୟୁପି ସ୍କୁଲ ରେ ସରକାରୀ ଶିକ୍ଷକ ଥିବାବେଳେ ସେ ବାଲୁଗାଁ ଗାନ୍ଧୀନଗରରେ ଏକ ଭଡ଼ା ଘରେ ରହୁଥିଲେ l ଗୋଶାଣୀନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସୂଚନା ମୁତାବକ ଉକ୍ତ ଥାନା ଅଞ୍ଚଳର ଜଣେ ଘରୋଇ ସ୍କୁଲ ଶିକ୍ଷକ ମନୋରଞ୍ଜନ ଗୌଡ଼ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ କରିଥିଲେ l ତେବେ ଏହାକୁ ଗୁରୁତର ସହ ନେଇଥିଲେ ବ୍ରହ୍ମପୁର ଏସପି l ଏକ ସ୍ୱତନ୍ତ୍ର ଟିମ ତିଆରି କରାଯାଇ ଘଟଣାର ଯାଞ୍ଚ ଚାଲିଥିବା ବେଳେ ଗତକାଲି ଗୋଶାଣୀନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ଗାନ୍ଧୀନଗର ରୁ ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଦୈତାରୀ ଙ୍କୁ ଗିରଫ କରିଥିଲେ l ତେବେ ଉକ୍ତ ରାକେଟରେ ସମ୍ପୃକ୍ତ ଥିବା ଦୈତାରୀ ଙ୍କ ପୁଅଙ୍କ ସମେତ ସମୁଦାୟ ଚାରି ଜଣ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇଥିବା ଜଣାପଡିଛି l ଜାଲ ସାର୍ଟିଫିକେଟ ର ଚେର ବାଲୁଗାଁ ପର୍ଯ୍ୟନ୍ତ ମାଡିଥିବା ବେଳେ ବାଣପୁର-ବାଲୁଗାଁ ଅଞ୍ଚଳରେ ନିଶ୍ଚିତ ଭାବେ ଏକାଧିକ ଦଲାଲ ଉକ୍ତ ଅପରାଧରେ ସାମିଲ ଥିବେ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କାବ୍ୟକ୍ତ କରିଛନ୍ତି l ଖୋର୍ଦ୍ଧା ଏସପି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ନିର୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି l