ମନୋରଞ୍ଜନ

ବିବାହ ପୂର୍ବରୁ ମା’ ହେବେ ଇଲିଆନା

ମୁମ୍ବାଇ: ବଲିଉଡ ମୁଭିର ଆଗଧାଡିର ନାୟିକା ଇଲିଆନା ଡିକ୍ରୁଜ ୩୬ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି। କିଛିଦିନ ତଳେ ଅଭିନେତ୍ରୀ ପ୍ରେଗ୍ନେସି ଖବର ଶେୟାର କରି ପ୍ରଶଂସକଙ୍କୁ ଚକିତ କରି ଦେଇଥିଲେ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରେଗ୍ନେସି କ୍ରଓ୍ବେିଙ୍ଗସ କଥା କହିଥିଲେ। ଯେଉଁଥିରେ ସେ ବ୍ଲାକ ଫରେଷ୍ଟ କେକ ଏନଜୟ କରିଥିଲେ। ଏହି କେକକୁ ଆଉ କେହି ନୁହେଁ ଇଲିଆନାଙ୍କ ଭଉଣୀ ବନାଇଥିଲେ। ଇଲିଆନା କୁହନ୍ତି ତାଙ୍କ ଭଉଣୀ ଏହି କେକକୁ ସବୁଠାରୁ ଭଲ ବନାନ୍ତି।
ଅନ୍ୟ ଏକ ଫଟୋରେ ଇଲିଆନାଙ୍କ ହାତରେ ଥିବା ବାଉଲରେ ଗୋଟିଏ ପିସ କେକ ଦେଖିବାକୁ ମିଳିଥିଲା। କ୍ୟାପଶନରେ ଲେଖାଥିଲା- କମ ଟୁ ମାମା। ଅଭିନେତ୍ରୀ ତାଙ୍କ ପ୍ରେଗ୍ନେସି ଏନଜୟ କରୁଥିବା ଦେଖି ପ୍ରଶଂସକ ଖୁବ୍‌ ଖୁସି ହୋଇଥିଲେ। ହେଲେ ସମସ୍ତଙ୍କ ମନରେ ପ୍ରଶ୍ନ ପିଲାଟିର ପିତା କିଏ। କାରଣ ଇଲିଆନା ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। ତେଣୁ ବିବାହ ପୂର୍ବରୁ ସେ ମାଆ ହେବାକୁ ଯାଉଥିବାରୁ ଏମିତି ଆଲୋଚନା ହେଉଛି। ସେଥିପାଇଁ ପିଲାର ପିତାଙ୍କୁ ନେଇ ଏତେ ସସପେନ୍ସ ଆସୁଛି।
ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିନ ଲୌରେଣ୍ଟଙ୍କୁ ଡେଟ କରୁଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ କେହି ଏହି ରିଲେଶନକୁ କନଫର୍ମ କରି ନାହାନ୍ତି। ସେଥିପାଇଁ ଜଣାପଡୁନାହିଁ ଯେ ଇଲିଆନା ଏବେ କାହାକୁ ଡେଟ କରୁଛନ୍ତି।

Leave a Reply

Your email address will not be published. Required fields are marked *