ଧର୍ମ

ଗୋଷ୍ଠି ସଂଘର୍ଷ ଘଟଣା ରେ ୬ ଜଣ ଗିରଫ


ନିମାପଡ଼ା: ଅଷ୍ଟପ୍ରହରୀ ନାମ ଯଜ୍ଞ ପରେ ନଗର କୀର୍ତ୍ତନ ସମୟ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ସାମୁଦ୍ରିକ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣା ରେ ଉଭୟ ଗୋଷ୍ଠୀ ରୁ ୧୮ ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଚନ୍ତି। ଉଭୟ ଗୋଷ୍ଠୀ ପକ୍ଷରୁ ପୋଲିସ ରେ ଅଭିଯୋଗ ହେବା ପରେ ପୋଲିସ ଦୁଇଟି ମାମଲା ୩/୨୩,୪/୨୩ ରୁଜୁ କରି ଉଭୟ ଗୋଷ୍ଠୀ ରୁ ୬ଜଣ ଙ୍କୁ ଗିରଫ କରି ନିମାପଡ଼ା କୋର୍ଟ କୁ ଚାଲାଣ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ କୈଳାଶ ବେହେରା, ବିକ୍ରମ ପରିଡା, ଭାବଗ୍ରାହୀ ପରିଡା ,ଟୁନା ବେହେରା ,ଫଗୁ କାପ ଓ ରବୀନ୍ଦ୍ର ସେନାପତି । ଏବେ ବି ଉତ୍ତେଜନା ପରିସ୍ଥିତି ଥିବାରୁ ୨ ଜଣ ଏ ଏସ ଆଇ ଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧୁପୁର ଗ୍ରାମରେ ମୁତୟନ କରିଯାଇଛି ବୋଲି ସୂଚନା ଦେଇଛନ୍ତି ଅସ୍ତରଙ୍ଗ ଥାନାଧିକାରୀ ପଞ୍ଚାନନ ପରିଡା। ପ୍ରଶାସନ ପକ୍ଷରୁ ଗାଁ ରେ ଏକ ଶାନ୍ତି କମିଟି ଗଠନ କରାଯାଇ ଘଟଣା ର ଆପୋଷ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *