ରାଜ୍ୟ

ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ସୁବିଧା

କେନ୍ଦୁଝର, : କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଧରଣୀଧର ସରକାରୀ ମେଡିକାଲ କଲେଜ ଡାକ୍ତରଖାନାରେ। ଏଠାରେ ଜିଲା ଏବଂ ଜିଲା ବାହାରୁ ଦୈନିକ ଶହ ଶହ ରୋଗୀ ଆସୁଛନ୍ତି। କିନ୍ତୁ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ମିଳୁନାହିଁ। ବେଡ ଅଭାବରୁ ଅନେକ ଓ୍ବାର୍ଡରେ ରୋଗୀ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସେହିପରି ମୁଖ୍ୟ ଶତବାର୍ଷିକୀ କୋଠାରେ ଆଉଟଡୋର ନିକଟରେ ଥିବା ଥଣ୍ଡା ପାଣି ପ୍ରକଳ୍ପ ଅଚଳ ହୋଇଯାଉଥିବାରୁ ରୋଗୀମାନେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୁରୁଷମାନଙ୍କ ପାଇଁ ଥିବା ଟଏଲେଟରେ ଦୀର୍ଘ ବହୁ ଦିନ ହେଲା ତାଲା ପଡିଛି। ଅନେକ ସମୟରେ ପ୍ରବଳ ଭିଡ ହେଉଥିବାରୁ ଅଧିକ କାଉଣ୍ଟର ଖୋଲିବାକୁ ଦାବି ହେଉଛି। ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଛି ବୋଲି ସାମାଜିକ କର୍ମୀ ବ୍ରଜ କିଶୋର ରାୟ କହିଛନ୍ତି।ଏନେଇ ଡାକ୍ତରଖାନା ପରିଚାଳକ ଙ୍କୁ ଫୋନ ରେ ଯୋଗାଯୋଗ କରିଥିଲେ ହେଁ ନ ଉଠାଇବାକୁ ମତାମତ ନିଆଯାଇପାରିନାହିଁ।

Leave a Reply

Your email address will not be published. Required fields are marked *