ମୁଖ୍ୟ ଖବର

ମାଓବାଦୀ ଆକ୍ରମଣ ପରେ ଓଡ଼ିଶାରେ ହାଇ ଆଲର୍ଟ

ଭୁବନେଶ୍ୱର, : ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଓଡ଼ିଶାରେ ହାଇ ଆଲର୍ଟ। ଛତିଶଗଡ ସୀମାକୁ ଲାଗିଥିବା ୩ ଜିଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି। ଏହି ଜିଲାଗୁଡିକ ଆଲର୍ଟ ରହିବା ସହିତ କୋମ୍ବିଂ ଅପରେଶନ ଜୋରଦାର କରିବାକୁ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।

ସୂଚାନଯୋଗ୍ୟ, ଛତିଶଗଡ ଦାନ୍ତଓ୍ବୋଡାରେ ବୁଧବାର ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏହି ମାଓବାଦୀ ଆକ୍ରମଣରେ ୧୧ ଯବାନ ଶହୀଦ ହୋଇଛନ୍ତି। ଦାନ୍ତଓ୍ବୋଡାର ଅରନପୁର ଜଙ୍ଗଲରେ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *