ରାଜ୍ୟ

ପଛୁଆ ବର୍ଗ ସର୍ଭେ ସଚେତନତା ବୈଠକ

ବାଣପୁର:- ବାଣପୁର ପଞ୍ଚାୟତ ସମିତି ତରଫରୁ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ପଛୁଆ ବର୍ଗ ସର୍ଭେ ସମ୍ପର୍କିତ ଏକ ସଚେତନତା ବୈଠକ ସମିତି ସଭଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ସହଯୋଗରେ ସର୍ଭେକୁ ସଫଳ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି।
ଏହି ସଚେତନତା ବୈଠକରେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶୀତଲ ଅଗରୱାଲ ସର୍ଭେର ପୃଷ୍ଠଭୂମି ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗରେ ସମସ୍ତ ପଛୁଆ ବର୍ଗ ବ୍ୟକ୍ତିଙ୍କୁ କିପରି ସର୍ଭେରେ ସାମିଲ କରାଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେlସ୍ଥାନୀୟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଆଲୋଚନାରେ ଅଂଶଗ୍ରହଣ କରି ସର୍ଭେରେ ଅନ୍ତର୍ଭୂକ୍ତ ହୋଇଥିବା ଜାତି ତାଲିକାକୁ ସାର୍ବଜନୀନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ, ଯାହା ଫଳରେ ସମ୍ପୃକ୍ତ ବର୍ଗର ଲୋକମାନେ ସଚେତନ ହେବେ ଏବଂ ଅଧିକ ସଂଖ୍ୟାରେ ସର୍ଭେରେ ସାମିଲ ହୋଇ ପାରିବେ। ସେହିପରି ଭେଟେଶ୍ୱର୍ ପଞ୍ଚାୟତ ସରପଞ୍ଚ ଗୋଟିଏ ICR ସର୍ଭେ ଫର୍ମ ପୂରଣ ପାଇଁ ଲାଗୁଥିବା ସମୟ ସମ୍ପର୍କରେ ବୁଝିବା ସହିତ, ଆନନୁପାତିକ ଦୃଷ୍ଟି କୋଣରୁ ସର୍ଭେ କେନ୍ଦ୍ର ସଂଖ୍ୟା ଅଧିକ ହୋଇଥିଲେ ସର୍ଭେ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରନ୍ତା ବୋଲି ମତବ୍ୟକ୍ତ କରିଥିଲେ। ବାଣପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସର୍ଭେର ସମୟସୀମା,ସର୍ଭେ ସହିତ ଜଡ଼ିତ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ସହ ସର୍ଭେର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ସମସ୍ତ ସରପଞ୍ଚ ନିଜ ନିଜ ପଞ୍ଚାୟତରେ ଏହିପରି ବୈଠକ କରି ଜନସାଧାରଣଙ୍କୁ ସଚେତନ କରିବାକୁ ଅନୁରୋଧ କରିଥିଲେ।ପରିଶେଷରେ ଏକ ନିରପେକ୍ଷ ଏବଂ ତୃତିଶୁନ୍ୟ ତଥା ସଫଳ ସର୍ଭେ ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ କାମନା କରି ସଭସାଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *