ଅପରାଧ

ପ୍ରେମିକର ବାପାଙ୍କ ସହିତ ‌ଫେରାର ହୋଇଗଲା ପ୍ରେମିକା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କ ପ୍ରେମିକା ତାଙ୍କ ବାପାଙ୍କ ପ୍ରେମରେ ପଡ଼ି ଫେରାର ହୋଇଯାଇଥିବ‌ା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଝିଅ ଘର ଲୋକ ପୁଲିସ ଥାନାରେ ଅପହରଣର ଏକ ମାମଲା ରୁଜୁ କରିଥିଲେ। ପୁଲିସ ଏହି ଘଟଣାକୁ କେନ୍ଦ୍ରକରି ଯାଞ୍ଚ ଆରମ୍ଭ କରିଥିଲା। ଦୁହିଁଙ୍କୁ ଦିଲ୍ଲୀରୁ କାବୁ କରିଥିଲା।

ସୂଚନାଯୋଗ୍ୟ, କାନପୁର ଚକେରି ଅଞ୍ଚଳରେ କମଳେଶ ନିଜର ୨୦ବର୍ଷର ପୁଅ ସହିତ କାମ ଖୋଜିବାକୁ ଆସିଥିଲା। କମଳେଶଙ୍କ ପୁଅ ଘର ନିର୍ମାଣ କାମ କରନ୍ତି। ଏଠାରେ ରହୁଥିବା ଜଣେ ଯୁବତୀଙ୍କ ପ୍ରେମରେ କମଳେଶ ପଡ଼ିଥିଲେ। ମଝିରେ ମଝିରେ ଝିଅ ପ୍ରେମିକ କମଳେଶଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥାଏ। କମଳେଶ ନଥିବା ବେଳେ ସେ ତାଙ୍କ ବାପାଙ୍କ ସହ କଥା ହୋଇ ଚାଲିଆସେ। ଧୀରେଧୀରେ କ‌ମ‌ଳେଶ ବାପାଙ୍କ ଉକ୍ତ ଯୁବତୀଙ୍କ ପ୍ରତି ମନରେ ଭଲ ପାଇବା ଆସିଥିଲା। ସେ ଦିନେ ନିଜର ମନର କଥାକୁ ପୁଅର ପ୍ରେମିକା ସାମ୍ନାକୁ କହିଥି‌ଲେ।

ଆଶ୍ଚର୍ଯ୍ୟର କଥା କି ଯୁବତୀ ବି ପ୍ରେମିକ ବାପାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲା।ଏହାପରେ ଦୁହେଁ ମାର୍ଚ୍ଚ ମାସ ୨୦୨୨ ମସିହାରେ ଘରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ପୁଅ କମଳେଶ ସବୁ ଜାଣି ମଧ୍ୟ ଲୋକଲଜ୍ଜ୍ୟା ଭୟରେ ଚୁପ ରହିଥିଲା। କିନ୍ତୁ ଝିଅଘର ଲୋକ ଥାନାରେ ଅପହରଣ ମାମଲା ରୁଜୁ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି ପରେ ଦିଲ୍ଲୀରେ କମଳେଶ ବାପା ଓ ତାର ପ୍ରେମିକା  ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଦୁହିଁଙ୍କୁ କାବୁ କରିଥିଲା।

Leave a Reply

Your email address will not be published. Required fields are marked *