ମୁଖ୍ୟ ଖବର

ଏଲୋପାଥି ଓ ଆୟୁର୍ବେଦ ଡାକ୍ତର ସମାନ କାମ କରନ୍ତିନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଲୋପାଥି ଡାକ୍ତର ଓ ଆୟୁର୍ବେଦ ଡାକ୍ତରଙ୍କ ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଉଭୟ ପ୍ରକାରର ଡାକ୍ତର ସମାନ କାମ କରୁନାହାନ୍ତି, ଏଣୁ ସମାନ ଦରମା ମିଳିବା କଥା କୁହାଯାଇପାରିବ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏଲୋପାଥି ଡାକ୍ତରମାନେ ଜରୁରୀକାଳୀନ ଡ୍ୟୁଟି କରିବାରେ ସକ୍ଷମ ଏବଂ ସେମାନେ ଟ୍ରମା କେୟାର କରିବାରେ ସକ୍ଷମ ଅଟନ୍ତି, କିନ୍ତୁ ଆୟୁର୍ବେଦ ଡାକ୍ତରମାନେ ଏହା କରିପାରିବେ ନାହିଁ । ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଜଟିଳ ଅସ୍ତ୍ରୋପଚାର କରୁଥିବା ସର୍ଜନମାନଙ୍କୁ ସାହାଯ୍ୟ କରିବା ଆୟୁର୍ବେଦ ଡାକ୍ତରଙ୍କ ପକ୍ଷରେ ସମ୍ଭବ ନୁହେଁ, କିନ୍ତୁ ଏମବିବିଏସ ଡାକ୍ତରମାନେ ଏହା କରିପାରିବେ ।

ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି,”ଆମେ ଏହାର ଅର୍ଥ କହିବାକୁ ଚାହୁଁନାହୁଁ ଯେ ଗୋଟିଏ ଚିକିତ୍ସା ପଦ୍ଧତି ଅନ୍ୟ ଅପେକ୍ଷା ଭଲ । ଚିକିତ୍ସା ବିଜ୍ଞାନର ଏହି ଦୁଇଟି ପ୍ରଣାଳୀର ସାପେକ୍ଷ ଗୁଣକୁ ଆକଳନ କରିବା ଆମର ଅଧିକାର କିମ୍ବା କ୍ଷମତା ଭିତରେ ନାହିଁ । ତେଣୁ ଇତିହାସରେ ପ୍ରତ୍ୟେକ ବିକଳ୍ପ ଚିକିତ୍ସା ପଦ୍ଧତିର ନିଜର ଗୌରବମୟ ସ୍ଥାନ ରହିପାରିବ ଏଥିରେ ଆମର କୌଣସି ସନ୍ଦେହ ନାହିଁ। କିନ୍ତୁ ଆଜି କାଲି ସ୍ୱଦେଶୀ ଔଷଧର ଡାକ୍ତରମାନେ ଜଟିଳ ଅସ୍ତ୍ରୋପଚାର କରୁନାହାନ୍ତି । ଆୟୁର୍ବେଦର ଅଧ୍ୟୟନ ସେମାନଙ୍କୁ ଏହି ଅସ୍ତ୍ରୋପଚାର କରିବାର ଅଧିକାର ଦେଇନାହିଁ ।”

Leave a Reply

Your email address will not be published. Required fields are marked *