ଅପରାଧ

ଦିଅରଙ୍କ ପଥର ମାଡରେ ଚାଲିଗଲା ଭାଉଜଙ୍କ ଜୀବନ

ଗଜପତି,: ଗଜପତି ଜିଲା ଆର. ଉଦୟଗିରି ଥାନା ବଙ୍ଗଳା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭାଉଜଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦିଅର। ମୃତକ ହେଲେ ବଙ୍ଗଳା ସାହିର ମାମାଲି ପାଇକ। ସୁଚନା ଅନୁଯାୟୀ, ବଙ୍ଗଳା ସାହିରେ ରହୁଥିବା ସୁଶାନ୍ତ ପାଇକ ତାଙ୍କ ଭାଉଜକୁ ଖାଇବାକୁ ମାଗିଥିଲେ। ସେହି ସମୟରେ ତାଙ୍କ ଭାଉଜ ଚାଉଳ ବାଛୁଥିବାରୁ ସୁଶାନ୍ତ ତାଙ୍କୁ ଗାଳି ଦେଇଥିଲେ। ସେଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ତାଙ୍କୁ ଧକ୍କା ମାରିଥିଲେ। କାହିଁକି ଧକ୍କା ମାରୁଛୁ ବୋଲି ପ୍ରତିବାଦ କରିବାରୁ ସୁଶାନ୍ତ ରାଗିଯାଇ ନିକଟରେ ପଡିଥିବା ଏକ ପଥର ସାହାଯ୍ୟରେ ଭାଉଜଙ୍କ ମୁଣ୍ଡକୁ ମାରିଥିଲେ। ଚିତ୍କାର ଶୁଣି ସାହି ପଡିଶା ଲୋକ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ଘଟଣାସ୍ଥଳରୁ ସୁଶାନ୍ତ ଦୌଡି ପଳାଇଥିଲେ। ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାମାଲିକୁ ଉଦ୍ଧାର କରି ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଶାନ୍ତଙ୍କ ମା ସରସ୍ବତୀ ପାଇକ ଥାନାରେ ଅଭିଯୋଗ କରିବା ପରେ ଆର. ଉଦୟଗିରି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏକ କେସ ୨୧/୨୩ ରୁଜୁ ହୋଇଥିବା ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ କହିଛନ୍ତି।

Leave a Reply

Your email address will not be published. Required fields are marked *