ମୁଖ୍ୟ ଖବର

ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ

ବାଲେଶ୍ୱର: ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିବାର ଖବର ମିଳିଛି। ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଦ୍ଵାରା ଚିଟ୍ ଫଣ୍ଡ ଠକେଇ ମାମଲାରେ ଦୁଇ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା କରାଯାଇଛି। ‘ମିରାକିଲ୍ ୱଣ୍ଡର’ ନାମକ ଚିଟ୍ଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ମିଳିଛି ଏହି ଦଣ୍ଡାଦେଶ କରିଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ୍ ବିଶ୍ୱଜିତ୍ ଦାସ ।
ସୂଚନା ଅନୁଯାୟୀ, ମିରାକଲ ୱଣ୍ଡର ସେଲ୍ସ ଆଣ୍ଡ ମାର୍କେଟିଂ ଲିମିଟେଡର ନିର୍ଦ୍ଦେଶକ ମମତା ଦେ ଓ ମାର୍କେଟିଂ ମ୍ୟାନେଜର ଲକ୍ଷ୍ମୀକାନ୍ତ ମହାରଣାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ, ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା, ଅନାଦେୟକ୍ରମେ ୨୩ ମାସ ଜେଲ ଦଣ୍ଡାଦେଶ ହୋଇଛି। ବାଲେଶ୍ଵର ସହରର ସହଦେବ ଖୁଣ୍ଟା ଥାନାରେ ୯ ଲକ୍ଷ ଟଙ୍କା ଠକେଇ ମାମଲାରେ ୩୦୦/୧୫ ରେ ଏତଲାକାରୀ ରତ୍ନପ୍ରଭା ଦାସ ଅଭିଯୋଗ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Leave a Reply

Your email address will not be published. Required fields are marked *