ମହାନଗର

ନର୍ସିଂହୋମ୍‌ ଉପରେ ଚଢ଼ଉ ପରେ ସିଲ୍‌

କଟକ: ନିୟମ ଉଲ୍ଲଂଘନକାରୀ ସଂସ୍ଥା ଉପରେ କଟକ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି। ହୋଟେଲ ପରେ ଏବେ ନର୍ସିଂହୋମର ପାଳି ପଡ଼ିଛି। ଗତକାଲି କଟକ ମଧୁପାଟଣା ଠାରେ ଥିବା ପିପୁଲ୍ ପଦ୍ମଜା ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଆଜି ଶଙ୍କରପୁର ବାରିକସାହି ଠାରେ ଥିବା ସାଇ ସୋନାଲି ନର୍ସିଂହୋମ୍‌ ଉପରେ ଚଢ଼ଉ ପରେ ସିଲ୍‌ କରିଛି।ମହାନଗର ନିଗମର ଆବଶ୍ୟକତା ମୁତାବକ କାଗଜପତ୍ରକୁ ଦେଖାଇ ନପାରିବା ସହ କେବଳ ହୋଲ୍ଡିଂ ଟ୍ୟାକ୍ସ ଦିଆଯାଇଥିଲା। ମହାନଗର ନିଗମ କୌଣସି କାଗଜ ପତ୍ର ନମିଳିବାରୁ ସଂପୂର୍ଣ୍ଣ ବିଲଡିଂ ଟିକୁ ସିଲ୍ କରିବା ସହ ୩୦ ହଜାର ଟଙ୍କା ଜରିମାନା କରାଯାଇଛି। ଆଗାମୀ ଦିନରେ ଏହିଭଳି ବିଭିନ୍ନ  ନର୍ସିଂହୋମଗୁଡ଼ିକ ଉପରେ ଚଢ଼ଉ କରାଯିବ ଏବଂ ଯଦି କାହାର କାଗଜପତ୍ର ଖିଲାପ ଥିବ ତେବେ ତାକୁ ସିଲ୍ କରାଯିବ ବୋଲି କହିଛନ୍ତି ଡେପୁଟି କମିସନର ଅଜୟ କୁମାର ମହାନ୍ତି।

Leave a Reply

Your email address will not be published. Required fields are marked *