ଖେଳ

କ୍ରୀଡ଼ାବିତ୍‌ମାନେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇବା ଲଜ୍ଜାଜନକ ଘଟଣା: ସତ୍ୟପାଲ୍‌


ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ ବୁଧବାର ଆନ୍ଦୋଳନରତ କୁସ୍ତିବିତ୍‌ଙ୍କ ସପକ୍ଷରେ ଯାଇଛନ୍ତି। ‌କ୍ରୀଡ଼ାବିତ୍‌ମାନଙ୍କ ସଫଳତା ପାଇଁ ଦେଶ ଗର୍ବିତ ହେଉଥିଲା ବେଳେ ଏବେ ନ୍ୟାୟ ପାଇଁ ସେମାନେ ରାସ୍ତାକୁ ଓହ୍ଲାଇବା ଲଜ୍ଜାଜନକ ଘଟଣା। ଯେତେବେଳେ ଆମ ଝିଅମାନେ ପଦକ ଜିତୁଛନ୍ତି ଓ ତ୍ରିରଙ୍ଗାର ଟେକ ରଖୁଛନ୍ତି, ସେହି ସମୟରେ ଆମେ ତାଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ ଦେଉଛେ ଓ ସେଲ୍‌ଫି ଉଠାଉଛେ। କିନ୍ତୁ ଏବେ ସେମାନେ ରାସ୍ତାକୁ ଆସିବା ଆମ ପାଇଁ ନିନ୍ଦନୀୟ। ତେଣୁ ସମସ୍ତେ ଏହି ଆନ୍ଦୋଳନକୁ ସମର୍ଥନ ଜଣାନ୍ତୁ ବୋଲି ସତ୍ୟପାଲ୍‌ ଆହ୍ବାନ କରିଥିଲେ। ଏହି ଭେଟେରାନ୍‌ ରାଜନେତା ଜଣକ ବଜରଙ୍ଗଙ୍କ ସହିତ ମଙ୍ଗଳବାର ରାତିରେ ଆଲୋଚନା କରିଥିଲା ବେଳେ ଆନ୍ଦୋଳନ ସ୍ଥଳକୁ ଆସିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *