ଅପରାଧ

ଦୁର୍ନୀତି ମାମଲାରେ ପୂର୍ବତନ ସହକାରୀ ବନସଂରକ୍ଷକ, ଠିକାଦାର ଦଣ୍ଡିତ

ମାଲକାନଗିରି : ମାଲକାନଗିରି ଜିଲା ବନ ବିଭାଗର ପୂର୍ବତନ ବନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍‌. ସୁବାସ ଚନ୍ଦ୍ର ବୋଷଙ୍କ ଏକ ଦୁର୍ନୀତି ମାମଲାର ରାୟ ଗୁରୁବାର ଜୟପୁର ସ୍ବତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଶୁଣାଇ ଉଭୟଙ୍କୁ ଦଣ୍ଡିତ କରିଛନ୍ତି।ଘଟଣାରୁ ପ୍ରକାଶ, ୨୦୦୯ ଜୁନ୍‌ରେ ଶରତ କୁମାର ପଣ୍ଡା ସରକାରୀ ଜମିରେ ଥିବା ଗଛ କାଟିବା ପାଇଁ ଶ୍ରୀ ବୋଷ୍‌ଙ୍କୁ ଅନୁମତି ଦେଇ ସେହି କାଠ ଗଣ୍ଡିଗୁଡିକୁ ଠିକାଦାର ବୋଷ୍‌ଙ୍କୁ ଦେଇଥିଲୋ ଦୁର୍ନୀତି ନିବାରଣ ବିଭାଗକୁ ଏ ସମ୍ବନ୍ଧରେ ଅଭିଯୋଗ ହେଲା ପରେ ତଦନ୍ତ କରି ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଜଙ୍ଗଲ ଆଇନ ୧୯୭୨ ଅନୁଯାୟୀ, ଆଜି ଶ୍ରୀ ପଣ୍ଡାଙ୍କୁ ୪ଟି ଧାରାର ବିଚାର କରାଯାଇ ଦୁଇବର୍ଷ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଅର୍ଥ ଅନାଦେୟରେ ୬ ମାସ ଅଧିକ କାରାଦଣ୍ଡ ଶୁଣାଇଛନ୍ତି। ସେହିପରି ଜଙ୍ଗଲ ଠିକାଦାର ସୁବାସ ଚନ୍ଦ୍ର ବୋଷଙ୍କୁ ତିନୋଟି ମାମଲାର ଶୁଣାଣି କରାଯାଇ ଗୋଟିଏ ମାମଲାରେ ଦୁଇବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା, ଅନ୍ୟ ଏକ ମାମଲାରେ ୧ ବର୍ଷ ଜେଲଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଓ ତୃତୀୟ ମାମଲାରେ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *