ଦେଶ- ବିଦେଶ

ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡ଼ି ସାଇ ମନ୍ଦିର

ନୂଆଦିଲ୍ଲୀ,: ମହାରାଷ୍ଟ୍ରର ଅହମ୍ମଦନଗର-ମନମା ଜାତୀୟ ରାଜମାର୍ଗଥିବା ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସାଇ ବାବାଙ୍କ ମନ୍ଦିରରେ ସିଆଇଏସ୍‌ଏଫ୍‌ ମୁତୟନକୁ ନେଇ ବିରୋଧ କରାଯାଉଛି। ଏମିତି କି ଶିରିଡ଼ି ଗ୍ରାମବାସୀ ସିଆଇଏସ୍‌ଏଫ୍‌ ମୁତୟନକୁ ବିରୋଧ କରିଛନ୍ତି। ଏହି ସିଆଇଏସ୍‌ଏଫ୍‌ ସମସ୍ତ ଶିଳ୍ପ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେଶନ ଏବଂ ବିମାନବନ୍ଦରକୁ ସୁରକ୍ଷା ଦେଇଥାନ୍ତି। କିନ୍ତୁ ଶିରିଡ଼ି ମନ୍ଦିରରେ ରହୁଥିବା ଲୋକମାନେ ସେଠାରେ ସିଏସ୍‌ଏଫ୍‌ ନିୟୋଜନକୁ ନେଇ ଖୁସି ନୁହନ୍ତି।

ସୂଚନାଯୋଗ୍ୟ, ବିଶ୍ୱର କୋଟି କୋଟି ଲୋକ ସାଇବାବାଙ୍କ ଉପରେ ବିଶ୍ୱାସ କରିଥାନ୍ତି। ଶିରିଡ଼ିରେ ଥିବା ସାଇ ମନ୍ଦିର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଭାବରେ ପରିଗଣିତ। ଏହି ମନ୍ଦିରକୁ ଭକ୍ତମାନେ ବହୁତ ଦାନ କରିଥାନ୍ତି। ଏହି ମନ୍ଦିରକୁ ଆସୁଥିବା ଦାନ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇ ରହିଥାଏ। ଏଭଳି ପରିସ୍ଥିତିରେ ବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବାର ଘୋଷଣା ଶ୍ରଦ୍ଧାଳୁଙ୍କ ମନରେ କୁଠାରଘାତ ସୃଷ୍ଟିକରିଛି।

Leave a Reply

Your email address will not be published. Required fields are marked *