ମୁଖ୍ୟ ଖବର

ଟ୍ରକ୍‌ ପଛରେ ପିଟିଲା ସ୍କର୍ପିଓ: ୩ ମୃତ

କେନ୍ଦୁଝର,: କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ସ୍କର୍ପିଓ କାର ଧକ୍କା ଦେଇଥିଲା ବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାର୍‌ରେ ବସିଥିବା ଜଣେ ଶିଶୁ ସମେତ ୩ ଗୁରୁତରଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ବିଜୁ ହଟିଂ ଅଞ୍ଚଳର ଅର୍ଜ୍ଜୁନ ମୁଣ୍ଡା, ରାଞ୍ଚି ମୁଣ୍ଡା ଏବଂ ଜୁରିଆ ମୁଣ୍ଡା । ଖବର ପାଇ ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସଙ୍କଟାପନ୍ନଙ୍କୁ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିମଧ୍ୟରୁ ଜଣେ ଶିଶୁ ରହିଥିବା ସୂଚନା ମିଳିଛି। ଗୁରୁତରମାନେ ହେଲେ ୭ ବର୍ଷୀୟ ଶିଶୁ ଟୁନୁ ମୁଣ୍ଡା, ଶାହାଜାହାନ ଭୂୟାଁ ଏବଂ ରାମ ଲାଗୁରି।

Leave a Reply

Your email address will not be published. Required fields are marked *