ମୁଖ୍ୟ ଖବର

ସହମତିରେ ସମ୍ବନ୍ଧ ବଳାତ୍କାର ନୁହେଁ: ହାଇକୋର୍ଟ

କୋଲକାତା, : ବିବାହ ପ୍ରତିଶ୍ରୁତି ଦେଇ ୨ ପ୍ରାପ୍ତବୟସ୍କ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ତାହା ବଳାତ୍କାର ଭାବେ ପରିଗଣିତ ହେବ ନାହିଁ ବୋଲି କାଲକାଟା ହାଇକୋର୍ଟ ଏକ ୧୪ ବର୍ଷ ପୁରୁଣା ମାମଲାରେ ରାୟ ଦେଇଛନ୍ତି।
୨୦୦୯ରେ ପଶ୍ଚିମବଙ୍ଗର ହୁଗୁଳି ଜିଲା ଦାଙ୍କୁନିର ଏକ ମାମଲାର ବିଚାରକରି ଗୁରୁବାର ଜଷ୍ଟିସ୍‌ ଶମ୍ପା ଦତ୍ତା କହିଛନ୍ତି, ପାରିବାରିକ ସମ୍ପର୍କରେ ଜଟିଳତାକୁ ନେଇ ଅନେକ ସମୟରେ ଏପରି ବଳାତ୍କାର ଅଭିଯୋଗ ହୋଇଥାଏ। ଘଟଣାରୁ ପ୍ରକାଶ ଯେ, ପରିବାର ସହମତିରେ ଜଣେ ଯୁବତୀ ଓ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ନିବିଡ଼ତା ବଢ଼ିବାରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହେଲା। ଯୁବକ ଜଣକ କାମ ପାଇଁ ଗୋଆ ଯାଇ ଅନ୍ୟ ଜଣେ ଝିଅଙ୍କୁ ବିବାହ କଲେ। ବିବାହ ପ୍ରତିଶ୍ରୁତି ଦେଇ ଯୁବକ ତାଙ୍କୁ ବଳାତ୍କାର କରିଥିବା ପୂର୍ବରୁ ବିବାହ ସ୍ଥିର ହୋଇଥିବା ଯୁବତୀ ଅଭିଯୋଗ ଆଣିଥିଲେ। ପୋଲିସ ଆଇପିସି ଦଫା ୩୭୬ ବଳରେ ଯୁବକ ଓ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କଲା। ସେମାନେ ଉକ୍ତ ଏଫ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି କାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ। ଯୁବକଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ, ଉଭୟେ ପ୍ରାପ୍ତ ବୟସ୍କ। ଦୁହିଙ୍କ ସହମତିରେ ସମ୍ବନ୍ଧ ସ୍ଥାପନ ହୋଇଥିବାରୁ ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ। ସହମତି ପାଇଁ ଅନୁମତି ଦେଇଥିବା ତାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *