ଶିକ୍ଷା

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର, : ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ମିଳିଛି। ଗୁରୁବାର ବିଶ୍ୱବିଦ୍ୟାଳୟର ୫ମ ଦୀକ୍ଷାନ୍ତ ସମାରୋହରେ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯାଇଛି। ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହା ହେଉଛି ତାଙ୍କର ୫୧ତମ ଡକ୍ଟରେଟ। ଏହା ତାଙ୍କୁ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ସମ୍ମାନ ଗ୍ରହଣ କରିବା ଅବସରରେ ଡ. ସାମନ୍ତ ଏହା କହିଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ସିଂହ, ବିଶ୍ୱବିଦ୍ୟାଳୟ କୁଳାଧିପତି ଭବେନ୍ଦ୍ର ନାଥ ଡେକା, କୁଳପତି ଡ. ମୃଦୁଳ ହଜାରିକା, କୁଳସଚିବ ପ୍ରଫେସର ମୃଣାଳ କୁମାର ବୋରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *