ଅପରାଧ

୧୫ ଜଣଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ଅବୁଜା : ଉତ୍ତର ନାଇଜେରିଆରେ ଦୁଇଟି ପୃଥକ୍‌ ଘଟଣା ଘଟିଛି। ଉଭୟ ଘଟଣାରେ ବନ୍ଧୁକଧାରୀମାନେ ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ୫ ଜଣ ସହାୟତା କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଡେଭିଡ୍‌ ଓଲୋଫୁ ଏହି ଘଟଣାର ସମ୍ପର୍କରେ ସୂଚନା ଦେଇ, ଅଜ୍ଞାତ ଆକ୍ରମଣକାରୀମାନେ ବେନ୍ୟୁ ରାଜ୍ୟର ଆପା ଅଞ୍ଚଳରେ ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି। ତେବେ କାହିଁକି ଏପରି ଘରେ ପଶି ଦୁର୍ବୃତ୍ତମାନେ ଗୁଳି ମାରି ହତ୍ୟା କରିଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *