ରାଜ୍ୟ

ମଧୁବାବୁଙ୍କ ଜୟନ୍ତୀ ଏବଂ ଓକିଲ ଦିବସ ପାଳିତ

ବାଲୁଗାଁ : ଶୁକ୍ରବାର ଦିନ ମଧୁବାବୁଙ୍କ ଜୟନ୍ତୀ ଏବଂ ଓକିଲ ଦିବସ ଉପଲକ୍ଷେ ବାଣପୁର କୋର୍ଟ ପରିସରରେ ବାର ଆସୋସିଏସନ ତରଫରୁ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି l ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି, କନିଷ୍ଠ ବିଚାରପତି ସ୍ନାତକୀ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ସମ୍ପାଦକ ସୁଧୀର ପ୍ରଧାନ ଏବଂ ଉପସଭାପତି ପଦ୍ମଜା ପଟ୍ଟନାୟକ ମଞ୍ଚାସିନ ଥିଲେ l ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନେ ଉକ୍ତ ଜୟନ୍ତୀ ଉତ୍ସବରେ ମଧୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ମଧୁବାବୁଙ୍କ ଜୀବନୀ ସହ ଜଡିତ ବହୁ ତଥ୍ୟ ବକ୍ତବ୍ୟରେ ଉପସ୍ଥାପନ କରି କହିଥିଲେ କି ମଧୁସୂଦନ ଦାସ ଓଡ଼ିଶାର ଘରେ ଘରେ ମଧୁ ବାବୁ ବା ମଧୁ ବାରିଷ୍ଟର ଭାବରେ ପରିଚିତ l ସେ ଓକିଲାତି କରୁଥିଲେ ଏବଂ ତାଙ୍କର ବିଚକ୍ଷଣ ବୁଦ୍ଧି ଥିଲା l ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ନିମନ୍ତେ ସେ ଅକ୍ଲାନ୍ତ ଉଦ୍ୟମ କରିଥିଲେ l ସେଥିପାଇଁ ସେ ଉତ୍କଳ ସମ୍ମିଳନୀ ନାମରେ ଏକ ଅନୁଷ୍ଠାନ ଗଠନ କରି ଇଂରେଜ ସରକାରଙ୍କ ପାଖରେ ତାଙ୍କର ଦାବି ଉପସ୍ଥାପନ କରିବାକୁ ବିଲାତ ଯାତ୍ରା କରିଥିଲେ l ତାଙ୍କର ଓକିଲାତି ଜୀବନରେ କେବେ ବି ଗରିବ ଲୋକଙ୍କ ଠାରୁ ନିଜର ପ୍ରାପ୍ୟ ଗ୍ରହଣ କରୁନଥିଲେ l ଓକିଲ ବନ୍ଧୁ ମାନଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ଶ୍ରୀ ମିଶ୍ର l ଅନ୍ୟ ଅତିଥିମାନେ ମଧୁବାବୁଙ୍କ ଜୀବନ ସମ୍ପର୍କିତ ବହୁ ତଥ୍ୟ ଉପସ୍ଥାପନ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରଞ୍ଜନ ବେଦମତ୍ତା, ଜଗଦୀଶ ପଟ୍ଟନାୟକ ଏବଂ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *