ରାଜନୀତି

ଜିଲ୍ଲା ପରିଷଦ ଉପ ନିର୍ବାଚନ : ମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ


ନିମାପଡ଼ା : ପୁରୀ ଜିଲ୍ଲା ଗୋପ ବ୍ଲକ ର ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଆସନ୍ତା ମେ ଦୁଇ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।ଏଥିପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।୧୧ନଂ ଜୋନ ଟି ଗୋପ ବ୍ଲକର ୧୦ ଟି ପଞ୍ଚାୟତ କୁ ନେଇ ଗଠିତ।ନିର୍ବାଚନ ମଇଦାନରେ କଂଗ୍ରେସ ,ବିଜେପି ,ବିଜେଡି ପ୍ରାର୍ଥୀଙ୍କ ସମେତ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସମୁଦାୟ ୩୬ ହଜାର ୨୩୩ ଜଣ ଭୋଟର ୧୨୮ ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ।ମତଦାନ ନିମନ୍ତେ ଗୋପ ବ୍ଲକ ରୁ ପ୍ରତି ପଞ୍ଚାୟତକୁ ଭୋଟ ବାକ୍ସ ପଠାଯାଇଛି । ସମୁଦାୟ ୧୨୮ ଟି ବୁଥ ମଧ୍ୟରୁ ୬୦ ଟି ସମ୍ବେଦନଶିଳ ବୁଥ ଓ ୪ ଟି ଅତି ସଂବେଦନଶିଳ ବୁଥ ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।ଏହାକୁ ଆଖି ଆଗରେ ରଖି ଗୋପ ପୋଲିସ ପ୍ରଶାସନ ସଜାଗ ହୋଇ ରହିଛି ବୋଲି କହିଛନ୍ତି ନିମାପଡ଼ା ଉପ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଏହି ଜୋନ ର ଡ଼ଭାର , ରାହାଙ୍ଗା ଗୋରଡ଼ା, କୁଆଁପଡ଼ା, ଗଣେଶ୍ୱରପୁର ଆଦି ୪ ଟି ପଞ୍ଚାୟତ ର ପୁର୍ବରୁ ବିଶୃଙ୍ଖଳା ସୃଷ୍ଟି କରିଥିବା ୬୦ ଜଣ ବ୍ୟକ୍ତି ଙ୍କ ନାମରେ ଧାରା ୧୦୭ ରେ ଗୋପ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁନିଲ ପ୍ରଧାନ କହିଛନ୍ତି।
ଏହି ଜୋନ ର ବିଜୟୀ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ରହସ୍ୟଜନକ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ
ହେଉଛି। ଏହି ନିର୍ବାଚନ ରେ ବିଜେଡ଼ି ର ବିଜୟ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *