ପିଲାଙ୍କୁ ମିଳିବ ପୋଷଣଯୁକ୍ତ ମଧ୍ୟାହ୍ନଭୋଜନ
ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମିଶନ୍ ଶକ୍ତି ଭବନ ପରିସରରେ ଶୁକ୍ରବାର ଏକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛିା ଭାରତ ସରକାରଙ୍କ ପିଏମ୍-ପୋଷଣ,ୟୁଏନ୍ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲାା ଏହି ଅବସରରେ ଯାଜପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନର୍ମାନେ ଅଂଶଗ୍ରହଣ କରି ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ପରିବେଶରେ କିଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ ସେନେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲ।
କାର୍ଯ୍ୟକ୍ରମରେ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍ର ଭାରତ ନିର୍ଦ୍ଦେଶିକା ଏଲିଜାବେଥ୍ ଫରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍କୁଲ୍ ଯାଉଥିବା ପିଲାମାନଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲୋ ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଭାରତ ସରକାର, ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍ ଏବଂ ଓଡ଼ିଶା ସରକାର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତିା ସୁଷମ ଖାଦ୍ୟ ସମସ୍ତଙ୍କର ଅଧିକାର ଏବଂ ନିଜ ନାଗରିକମାନଙ୍କୁ ଖାଦ୍ୟ ନିରାପତ୍ତା ଯେଗାଇ ଦେବାରେ ଭାରତ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିବା ଏଲିଜାବେଥ୍ ଫରେ କହିଥିଲେ।
ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍ ଏବଂ ଓଡ଼ିଶା ସରକାର ମିଳିତ ଭାବରେ ପ୍ରସ୍ତୁତ କରିଥିବା ମୋବାଇଲ୍ ଆପ୍ଲିକେସନ୍ ତୃଣମୂଳ ସ୍ତରରେ କାମ କରୁଥିବା ପାଚିକା ଏବଂ ସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାଦ୍ୟ ନିରାପତ୍ତା ଏବଂ ଖାଦ୍ୟପ୍ରସ୍ତୁତ ସମୟରେ ସ୍ୱଚ୍ଛତା ଅଭ୍ୟାସ ସମ୍ପର୍କରେ ଅବଗତ କରିବା ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଆହୁରି ସୁ-ବ୍ୟବସ୍ଥିତ କରିବାକୁ ଉଦ୍ୟମ କରାଯାଉଛିା ଚାଉଳର ପୌଷ୍ଟିକ ମୂଲ୍ୟରେ ଉନ୍ନତି ଆଣିବା ପାଇଁ ଚାଉଳରେ ଅଣୁ-ପୋଷକ ମିଶ୍ରଣ ତଥା ରାଇସ୍ ଫର୍ଟିଫିକେସନ୍ ପ୍ରକ୍ରିୟାକୁ ଓଡ଼ିଶା ସରକାର ଗୁରୁତ୍ୱ ଦେଉଛନ୍ତିା ମଧ୍ୟାହ୍ନ ଭୋଜନରେ ପିଲାମାନେ ଯେପରି ଫର୍ଟିଫାଏଡ୍ ଚାଉଳ ପାଇପାରିବେ ତାହା ପାଚିକା, ସହାୟିକା ଏବଂ ପ୍ରଧାନ ଶକ୍ଷି କ -ଶିକ୍ଷୟିତ୍ରୀମାନେ ସୁନିଶ୍ଚିତ କରିବୋ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅନୁଯାୟୀ ସମସ୍ତ ବିଦ୍ୟାଳୟକୁ ଫର୍ଟିଫାଏଡ୍ ଚାଉଳ ଯୋଗାଇବା ଉପରେ ଏଠାରେ ଗୁରୁତ୍ୱାରୋପ କରାଯାଇଥିଲା।
ଓଡ଼ିଶା ପିଏମ୍-ପୋଷଣ ଓଡ଼ିଶା ରାଜ୍ୟ ନୋଡାଲ୍ ଅଫିସର ରଘୁରାମ ଆର୍ ଆୟର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପିଲାମାନଙ୍କ ମଧ୍ୟରେ ରକ୍ତହୀନତା ଏବଂ ଅପପୁଷ୍ଟି ରୋଗର ଦୂରୀକରଣ ପାଇଁ ଓଡ଼ିଶାରେ ମଧ୍ୟାହ୍ନ ଭୋଜନରେ ଆହାର ବିବିଧକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲୋ ଭବିଷ୍ୟତ
ପିଢ଼ିଙ୍କ ପାଇଁ ପୋଷଣ ନିରାପତ୍ତା ହାସଲ କରିବାକୁ ଓଡ଼ିଶା ସରକାର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆର ଅନ୍ତର୍ଭୁକ୍ତିକରଣ ଏବଂ ବିଦ୍ୟାଳୟଗୁଡ଼ିକରେ ପୋଷଣ ଉଦ୍ୟାନ ପ୍ରତିଷ୍ଠା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ଆୟର୍ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ସସ୍ମିତା ପଟ୍ଟନାୟକ ଏବଂ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମ୍ର ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ହିଂମାଶୁ ଏସ୍ ବଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ପରିଷ୍କାରପରିଚ୍ଛନ୍ନ ରହିବା, ଉତ୍ତମ ଗୁଣବତ୍ତାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା, ଉତ୍କୃଷ୍ଟ ମାନର ସାମଗ୍ରୀ ବ୍ୟବହାର କରିବା, ରୋଷେଇ ପ୍ରଣାଳୀ, ଆବର୍ଜନା ପରିଚାଳନା, ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଏବଂ ପୋଷଣ ଉଦ୍ୟାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅଂଶଗ୍ରହଣ କରିଥିବା ସଦସ୍ୟମାନଙ୍କୁ ବିଭାଗ ପକ୍ଷରୁ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ଏବଂ ନଖରାସ୍ଥିତ ଅକ୍ଷୟପାତ୍ର ଫାଉଣ୍ଡେସନ୍ ଟ୍ରଷ୍ଟର ସେଣ୍ଟ୍ରାଲାଇଜଡ୍ କିଚେନ୍କୁ ପରିଦର୍ଶନରେ ନିଆଯିବ।