ରାଜ୍ୟ

କୋଣାର୍କ ବୁଲିଲେ ଜି୨୦ ପ୍ରତିନିଧି ମଣ୍ଡଳୀ


ନିମାପଡ଼ା : ବିଶ୍ୱର ବିଭିନ୍ନ ଧନୀ ଦେଶର ଜି୨୦ ପ୍ରତିନିଧି ମଣ୍ଡଳୀ କୋଣାର୍କ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର,ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ୨୦ ଟି ଦେଶର ୮୫ ପ୍ରତିନିଧି କୋଣାର୍କ ବାଖ୍ୟାନ କେନ୍ଦ୍ର ଠାରେ ପହଂଚିବା ପରେ ସମସ୍ତ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବ୍ୟାଖ୍ୟାନ କେନ୍ଦ୍ରରେ ଶାମୁକା ମାଳି ଉତ୍ତରୀୟ ପ୍ରଦାନ କରାଯାଇ ଭିତରକୁ ପାଛୋଟି ନିଆଯାଇଥିଲା । ଓଡ଼ିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ ଓ ଘୋଡ଼ାନାଚରେ ପ୍ରକମ୍ପିତ ହୋଇଉଠିଥିଲା ବ୍ୟାଖ୍ୟାନ କେନ୍ଦ୍ର ପରିସର। ପରେ ସମସ୍ତ ବିଦେଶୀ ପ୍ରତିନିଧି ସୂର୍ଯ୍ୟମନ୍ଦିର ବୁଲିଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିଚକିତ ହୋଇ ପଡ଼ିଥିଲେ ବିଦେଶୀ ବିଦେଶିନୀ ମାନେ। ମନ୍ଦିର ବୁଲି ସାରିବା ପରେ ସଂଧ୍ୟାରେ ସୂର୍ଯ୍ୟମନ୍ଦିର ପରିସରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଉପଭୋଗ କରିଥିଲେ। ଲାଇଟି ଆଣ୍ଡ ସୋ ର କାର୍ଯ୍ୟକ୍ରମ ସେମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।ଓଡ଼ିଶାର କଳା ଶୈଳୀ ଓ ସୂର୍ଯ୍ୟମନ୍ଦିର ର ନିର୍ମାଣ ଓ ଏହାର ପତନ ର ସମସ୍ତ ଦୃଶ୍ୟ ଦେଖି ଖୁବ ଆନନ୍ଦିତ ହୋଇଥିଲେ ।ଖୋଲା ଆକାଶ ତଳେ ବସି ଏହି ମନୋରମ କାର୍ଯ୍ୟକ୍ରମ ଦେଖି ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ସ୍ଥାନୀୟ ପୋଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶେଷରେ ପ୍ରତିନିଧି ଦଳ ପୁରୀ-କୋଣାର୍କ ବେଳାମାର୍ଗ ଲୋଟସ ରିସର୍ଟରେ ରାତ୍ରଭୋଜନ ସାରି ଭୁବନେଶ୍ୱର ଫେରିଥିଲେ। ଏହି କାର୍ଯ୍ୟକ୍ରମରେ ଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଟ ଦିବିସ୍ମିତା ବ୍ରଜସୁନ୍ଦର ଗଡ଼ନାୟକ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ଅତିରିକ୍ତ ଏସପି ପୂର୍ଣଚନ୍ଦ୍ର ପ୍ରଧାନ, ତହସିଲଦାର ଶେଖ ସାଗିର, ଏଏସଆଇ ସୁପରିଟେଣ୍ଡେଟ ଇଂଜିନିୟର ଚିତରଞ୍ଜନ ଦାଶ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଆଇଆଇସି ରଂଜନ କୁମାର ମଲ୍ଲିକ,ବିଭିନ୍ନ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *