ଶିକ୍ଷା

ଜେଇଇ(ମେନ୍) ସେସନ-୨ ଫଳ ପ୍ରକାଶିତ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଭୁବନେଶ୍ବର : ସର୍ବଭାରତୀୟ ଜେଇଇ (ମେନ) ସେସନ-୨ ପରୀକ୍ଷାଫଳ ପ୍ରକାଶ ପାଇଛି । ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ପ୍ରକାଶ ପାଇଛି ।

ସର୍ବଭାରତୀୟସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ ରାଙ୍କର ପ୍ରାୟ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡଭାନ୍ସଡ୍ ) ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର କାଲ୍ଲାକୁରି ସାଇନାଥ ଶ୍ରୀମନ୍ତ ୨ୟ ସ୍ଥାନ ହାସଲ କରିଛନ୍ତି । ରାଜସ୍ଥାନ ଇଶାନ ଖଣ୍ଡେଲଓ୍ବାଲ ୩ୟ ସ୍ଥାନରେ ଅଛନ୍ତି । ଭୁବନେଶ୍ବରର ଛାତ୍ରୀ  ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜେଇଇ (ମେନ) ସେସନ-୨ ପରୀକ୍ଷା ଚଳିତ ମାସ ୬,୮,୧୦,୧୧,୧୨,୧୩ ଓ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।

ପରୀକ୍ଷାର୍ଥୀମାନେ ଜେଇଇ (ମେନ) ରେଜଲ୍ଟ ୱେବସାଇଟ  jeemain.nta.nic.in ରେ କ୍ଲିକ କରି ନିଜର ଆପ୍ଲିକେସନ ନଂ ଓ ଜନ୍ମ ତାରିଖ ଓ ଅନ୍ୟ ବିବରଣୀ ପ୍ରଦାନ କରି ପରୀକ୍ଷା ଫଳ ପାଇପାରିବେ ।

Leave a Reply

Your email address will not be published. Required fields are marked *