ରାଜ୍ୟ

ତ୍ରିଲୋଚନ କାନୁନଗୋଙ୍କ ଶ୍ରଦ୍ଧାଞ୍ଜଳି ସଭା


ନିମାପଡ଼ା : ସାଲିସ ବିହୀନ ସତ୍ୟ ନିଷ୍ଠା ମୂଲ୍ୟ ବୋଧ ଭିତ୍ତିକ ରାଜନେତା ପ୍ରାକ୍ତନ ସାଂସଦ ସ୍ବର୍ଗତ ତ୍ରିଲୋଚନ କାନୁନଗୋ ଙ୍କ ଲାଗି ଚାରିଛକ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।ସମାଜସେବୀ ସନାତନ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।ପରେ ଏକ ସ୍ମୃତିସଭା ର ଆୟୋଜନ କରାଯାଇଥିଲା ।ନିଆଳି ବ୍ଲକର ନେତା ଆଦିତ୍ୟ ପାଣି ,ଅରୁଣ ସ୍ବାଇଁ, ଡ଼.ସନ୍ତୋଷ ମିତ୍ର ,ଗୋପୀନାଥ କର, ଲକ୍ଷ୍ମୀଧର ନାୟକ ,କୃଷ୍ଣ ଚନ୍ଦ୍ର ରାଉତ, ଇନ୍ଦ୍ରମଣି ସାହୁ, ଡ଼. କେଦାରନାଥ ସାହୁ ,ବସନ୍ତ ପାତ୍ର ,ପ୍ରଦୀପ୍ତ ନାୟକ, ବିଜେବି କଲେଜ ର ଇଂଲିଶ ଅଧ୍ୟାପକ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ମାନେ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ ।ଛାତ୍ରନେତା ରୁ ବିଶିଷ୍ଟ ସ୍ତମ୍ଭକାର ଓ ଅର୍ଥନିତିଜ୍ଞ , କଟକ ମହାନଗର ନିଗମ ର ପ୍ରଥମ ମେୟର ଶ୍ରୀ କାନୁନଗୋ ଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *