ଅପରାଧ

ପଡ଼ୋଶୀଙ୍କୁ ଗୁଳିମାରିଲା ଯୁବକ, ୫ ମୃତ

ଟେକ୍ସାସ୍ : ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ଘଟିଛି । ଆମେରିକାର ଟେକ୍ସାସ ସହରରେ ହୋଇଥିବା ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଟେକ୍ସାସରେ ଜଣେ ମେକ୍ସିକୋ ବଂଶୋଦ୍ଭବ ବ୍ୟକ୍ତି ନିଜର ୫ ଜଣ ପଡ଼ୋଶୀଙ୍କୁ ଗୁଳି କରି ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ମଧ୍ୟ ଅଛି । ଏହି କାଣ୍ଡ ଘଟାଇବା ପରେ ସେ ଫେରାର ହୋଇଯାଇଛି ।

ସାନ୍ ଜାସିଣ୍ଟୋ କାଉଣ୍ଟି ଶେରିଫ୍ ଗ୍ରେଗ୍ କାପର୍ସ କହିଛନ୍ତି ଯେ ହ୍ୟୁଷ୍ଟନ୍ ଠାରୁ ପ୍ରାୟ ୪୫ ମାଇଲ୍ (୭୨ କିଲୋମିଟର) ଉତ୍ତରରେ ଥିବା କ୍ଲିଭଲ୍ୟାଣ୍ଡ ସହରରେ ରାତିସାରା ଗୁଳିବିନିମୟ କରିଥିବା ଉକ୍ତ ୩୯ ବର୍ଷୀୟ ସନ୍ଦିଗ୍ଧଙ୍କୁ ପୁଲିସ ଏବେ ଖୋଜୁଛି । ସେ କହିଛନ୍ତି ଯେ ସନ୍ଦିଗ୍ଧ ଜଣକ, ଅଭିଯୁକ୍ତ ଗୁଳିକାଣ୍ଡରେ ଏକ ଏଆର ଷ୍ଟାଇଲ ରାଇଫଲ ବ୍ୟବହାର କରିଥିଲା ।

ସେରିଫ ଗ୍ରେଗ୍ କାପର୍ସ କହିଛନ୍ତି ଯେ ଘରେ ୧୦ ଜଣ ଲୋକ ଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସେମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ। ମୃତକଙ୍କ ବୟସ ୮ରୁ ୪୦ ବର୍ଷ ମଧ୍ୟରେ ବୋଲି କ୍ୟାପର୍ସ କହିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ସବୁବେଳେ ନିଜ ଘର ବାଡ଼ିପଟେ ବନ୍ଧୁକ ଚଳାଇବା ଅଭ୍ୟାସ କରିଥାଏ । ଏପରି ନ କରିବାକୁ ପଡ଼ୋଶୀ ପରିବାର କହିବାରୁ ସେ ରାଗିଯାଇ ସେମାନଙ୍କୁ ଗୁଳି କରିଦେଇଥିଲା ।

Leave a Reply

Your email address will not be published. Required fields are marked *