ମୁଖ୍ୟ ଖବର

ତାଜିକିସ୍ତାନରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ପୂର୍ବାଞ୍ଚଳ ତାଜିକିସ୍ତାନରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁ.ଏସ୍‌. ଜିଓଲୋଜିକାଲ୍‌ ସର୍ଭେ (ୟୁଏସ୍‌ଜିଏସ୍) କହିଛି।

ସକାଳ ପ୍ରାୟ ୫.୩୭ରେ ଭୂଗର୍ଭର ପାଖାପାଖି ୨୦.୫ କିଲୋମିଟର୍‌ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଚୀନ୍‌ ଓ ତାଜିକିସ୍ତାନ ସୀମାନ୍ତକୁ ଲାଗିଥିବା ଅର୍ଦ୍ଧ ସ୍ବୟଂଶାସିତ ଅଞ୍ଚଳ ନିକଟବର୍ତ୍ତୀ ଗୋର୍ଣ୍ଣୋ-ବଦାଖଶାନ୍‌ ଅଞ୍ଚଳ। ସ୍ବଳ୍ପସଂଖ୍ୟକ ଲୋକ ବସବାସ କରୁଥିବା ଏହି ଅଞ୍ଚଳକୁ ବେଢ଼ି ରହିଛି ସୁଉଚ୍ଚ ପାମିର୍‌ ପର୍ବତମାଳା।

ତେଣୁ, ଏହି ଭୂମିକମ୍ପଜନିତ ଭୂସ୍ଖଳନ ଯୋଗୁଁ ଖୁବ୍‌ କମ୍‌ସଂଖ୍ୟକ ଲୋକ ପ୍ରଭାବିତ ହୋଇ ପାରନ୍ତି କିଂବା ଆଦୌ ପ୍ରଭାବିତ ହୋଇ ନ ପାରନ୍ତି।

ପ୍ରଥମ କମ୍ପନର ୨୦ ମିନିଟ୍‌ ପରେ ସେ ପୁଣି ଅଞ୍ଚଳରେ ୫.୦ ତୀବ୍ରତାସମ୍ପନ୍ନ କମ୍ପନ ଅନୁଭୂତ ହୋଇଥିଲା।

କିନ୍ତୁ, ଚୀନା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଜି ସକାଳେ ଚୀନ୍‌ ଓ ତାଜିକିସ୍ତାନ ସୀମାନ୍ତ ନିକଟ ସିନ୍‌ଜିଆଙ୍ଗ୍‌ ୟୁଗୁର ସ୍ବୟଂଶାସିତ ଅଞ୍ଚଳରେ ୭.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

‘ଚୀନା ଆର୍ଥକ୍ବେକ୍‌ ନେଟ୍‌ୱାର୍କସ୍‌ ସେଣ୍ଟର୍‌’ (ସିଇଏନ୍‌ସି) କହିବା ଅନୁସାରେ, ଗୁରୁବାର ସକାଳେ ତାଜିକିସ୍ତାନ ଅଞ୍ଚଳ ଅନ୍ତର୍ଗତ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ୭.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଯାଇଛି।

କିନ୍ତୁ, ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା ଅଥବା କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ଆସିନାହିଁ ବୋଲି ‘ସିଜିଟିଏନ୍‌’ ଅଧିକାରୀମାନେ କହିଛନ୍ତି।

ଏ ସଂକ୍ରାନ୍ତରେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *