ରାଜ୍ୟ

ସମ୍ବଲପୁରରୁ ହଟିଲା କର୍ଫ୍ୟୁ

ସମ୍ବଲପୁର : ସମ୍ବଲପୁରରୁ ଶନିବାର ହଟିଛି କର୍ଫ୍ୟୁ। ଦୀର୍ଘ ୧୭ ଦିନ ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଲକ୍ଷ୍ୟ କରି ପ୍ରଶାସନ ଏହି ପଦକ୍ଷେପ ନେଇଥିବା ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି।

ଏସ୍‌ପି କହିଛନ୍ତି, ସମ୍ବଲପୁର ଅନ୍ତର୍ଗତ ପୂର୍ବରୁ ୪ଟି ଥାନା ଅନ୍ତର୍ଗତ ଅଞ୍ଚଳରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବା ବେଳେ ଏବେ ଆଉ ୨ ଥାନା (ଟାଉନଥାନା ଓ ଧନୁପାଲି ଥାନା) ଅନ୍ତର୍ଗତ ଅଞ୍ଚଳରୁ ନାଇଟ୍‌ କର୍ଫ୍ୟୁକୁ ହଟାଇ ଦିଆଯାଇଛି।

ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ୧୨ ତାରିଖରେ ବାଇକ୍‌ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ଘଟି ୪୬ ଜଣ ଓ ୧୪ ତାରିଖ ହିଂସାକାଣ୍ଡ ଘଟଣାରେ ୫୬ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *