ଦେଶ- ବିଦେଶ

ଜୋ ବାଇଡେନ୍‌ ବାର୍ଦ୍ଧକ୍ୟ-ପ୍ରପୀଡ଼ିତ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ସ୍ବାକ୍ଷର କରିଥିବା ନୂଆ ଆଣବିକ ଅସ୍ତ୍ର ରାଜିନାମା ପ୍ରତି ଚେତାବନୀ ଦେବା ସହିତ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ବାର୍ଦ୍ଧକ୍ୟ-ପ୍ରପୀଡ଼ିତ, ବିଚାରବିବେଚନାଶୂନ୍ୟ ଏବଂ ଦାୟିତ୍ବହୀନ ସାହସୀ ବୋଲି କହି କ୍ରୋଧ ପ୍ରକାଶ କରିଥିବା କଥା ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘କେସିଏନ୍‌ଏ’  ରିପୋର୍ଟ କରିଛି।

ବୁଧବାର ଦିନ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁଉନ୍‌ ସୁକ୍‌ ୟେଓଲ୍‌ଙ୍କ ସହିତ ଶିଖର ବୈଠକ ପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ ଯେ, ଆମେରିକା କିଂବା ତା’ର ମିତ୍ର ରାଷ୍ଟ୍ର ଉପରେ ଉତ୍ତର କୋରିଆର ଯେକୌଣସି ପ୍ରକାରର ଆଣବିକ ଆକ୍ରମଣର ପରିଣାମ ଭୟାବହ ହେବ। ଫଳସ୍ବରୂପ ଏଭଳି ଆକ୍ରମଣ କରିଥିବା ସରକାରର ଅବସାନ ଘଟିବ।ଏଥିରେ ପ୍ରତିକ୍ରିୟା ବ୍ୟକ୍ତ କରି କିମ୍‌ ୟୋ ଜୋଙ୍ଗ୍‌ କହିଛନ୍ତି, ଶତ୍ରୁମାନେ ଯେତେ ବେଶୀ ଆଣବିକ ସମରାଭ୍ୟାସ କରିବେ କୋରୀୟ ଉପଦ୍ବୀପ ଅଞ୍ଚଳରେ ଯେତେ ଆଣବିକ ଅସ୍ତ୍ରଶସ୍ତ୍ର ମୁତୟନ କରିବେ ତୁଳନାତ୍ମକ ଭାବେ ଆମ ଆତ୍ମରକ୍ଷା ସମରାଭ୍ୟାସ ଆହୁରି ଶକ୍ତିଶାଳୀ କରାଯିବ। ଏଥର ଆମେରିକା ଓ ଦକ୍ଷିଣ କ‌ୋରିଆର ଦିବାସ୍ବପ୍ନ ଅଧିକ ଶକ୍ତିଶାଳୀ ପ୍ରତିରୋଧର ସମ୍ମୁଖୀନ ହେବ।

Leave a Reply

Your email address will not be published. Required fields are marked *