ମହାନଗର

ଆଇଚର-ମୋ ବସ୍‌ ମୁହାଁମୁହିଁ: ୧୦ ଆହତ

ଖୋର୍ଦ୍ଧା ଅଫିସ,: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା। ଶୁକ୍ରବାର ଗଡ଼ଖୋର୍ଦ୍ଧା ଛକରେ ଦୁଇ ଗାଡ଼ି ମୁହାମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ। ସେହିପରି ରବିବାର ମଧ୍ୟାହ୍ନରେ ଏହି ରାଜପଥ ପିତାପଲ୍ଲୀ ଛକରେ ମୋ ବସ ସହ ଆଇଚର୍‌ ମୁହାଁମୁହିଁ ଧକ୍କା ହୋଇଛି। ଆଇଚର୍‌ର ଡ଼୍ରାଇଭରଙ୍କ ସମେତ ୨ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବରପାଇ ଟାଉନ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କାରଇଛନ୍ତି। ଉଭୟ ଗାଡି ସମ୍ମୁଖ ଭାଗ ଚୂର୍‌ମାର ହୋଇଯାଇଛି। ଆଇଚର ଡ୍ରାଇଭରଙ୍କୁ ଅଗ୍ନିଶମ କର୍ମଚାରୀ ଗ୍ୟାସ୍‌ କଟରରେ କାଟି ବାହାର କରିଥିଲେ। ଏଥି ସହିତ ମୋ ବସ୍‌ରେ ଥିବା ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ମହିଳା ଗୁରୁତର ଥିବା ଜଣାପଡ଼ିଛି। ମୋ ବସ୍‌ଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଇଚର ଭୁବନେଶ୍ବର ପଟୁ ପିତାପଲୀ ଛକ ଦେଇ ବିପରୀତ ଦିଗରୁ ଖୋର୍ଦ୍ଧା ସହର ଆଡ଼କୁ ଯାଉଥିଲା। ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତଙ୍କ ପରିଚୟ ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *